ଚେନ୍ନାଇ: ତାମିଲନାଡ଼ୁରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ମଧ୍ୟ ଜୋରଦାର ବିରୋଧ କରାଯାଉଛି। ଡିଏମ୍କେ ଓ ତା’ର ସହଯୋଗୀ ଦଳଗୁଡ଼ିକ ଆସନ୍ତା ୨୩ରେ ସିଏଏକୁ ବିରୋଧ କରି ଚେନ୍ନାଇରେ ଏକ ବଡ଼ଧରଣର ରାଲି କରିବେ। ଏଠାରେ ଡିଏମକେର ଦଳୀୟ ମୁଖ୍ୟାଳୟରେ ଦଳର ନେତା ଏମକେ ଷ୍ଟାଲିନ୍ ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି, ଏହି ରାଲିରେ କଂଗ୍ରେସ, ଭିସିକେ, ଏମଡିଏମକେ, ସିପିଆଇ ଓ ସିପିଏମର କର୍ମୀମାନେ ଭାଗ ନେବେ। ଦେଶର ଶାନ୍ତି ନଷ୍ଟ କରିବା ପାଇଁ ସିଏଏ ଲାଗୁ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
