ଆସନ୍ତା ୧୦ରେ ନେଟଫ୍ଲିକ୍ସରେ ରିଲିଜ ହେବ ଓଡ଼ିଆ ଚଳଚିତ୍ର ନିର୍ମାତା ସୌମେନ୍ଦ୍ରଙ୍କ ‘ଜମତାରା’ ସରିଜ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ଚଳଚିତ୍ର ନିର୍ମାତା ସୌମେନ୍ଦ୍ର ପାଢ଼ୀଙ୍କର ପ୍ରଥମ ୱେବ ସିରିଜ (ଜମତାରା-ସବକା ନମ୍ବର ଆଏଗା) ଜାନୁଆରୀ ୧୦ରେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି। ଏହି ସିରିଜରେ ୧୦ଟି ପାର୍ଟ ରହିଛି।

ସେହିପରି ଏହି ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ ଝାଡ଼ଖଣ୍ଡ ଠାରେ ସୁଟିଂ କରାଯାଇଛି। ଏହି ଫିଲ୍ମଟି ଭାରତର ପିଶିଂ କ୍ୟାପିଟାଲ ଭାବେ ଜଣାଯାଉଥିବା ଏକ ଛୋଟ ସହରର ସଂଘର୍ଷ ବିଷୟରେ ଦର୍ଶାଯାଇଛି। ଏଥିରେ ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ, ଅମିତ ସିୟାଲ, ମୋନିକା ପବାରଙ୍କ ସମେତ ଅନ୍ୟ କଳାକାର ପ୍ରମୁଖ ନଜର ଆସିବେ। ସେହିପରି ସୌମେନ୍ଦ୍ର ଷ୍ଟୋରିକୁ ଠିକ୍ ଭାବେ ବୁଝିବା ପାଇଁ କିଛିଦିନ ଜମତାରାରେ ରହିଥିଲେ।