ଭୁବନେଶ୍ୱର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୪ଟି ପଞ୍ଚାୟତ– ଧର୍ମଶାଳା, ହରିଦାସପୁର, ଥାନୁଆଳ, ଆରୁହା ପଞ୍ଚାୟତର ୧୫୨ ଏକର ଜମିରାମକୋ ସିମେଣ୍ଟ କାରଖାନା ପାଇଁ ରାଜ୍ୟସରକାରଙ୍କ ଦେଇଥିବାବେଳେ ଆହୁରି ଶହ ଶହ ଏକର ରାମକୋ ଜବରଦସ୍ତି ବେଆଇନ ଭାବେ ମାଡି ବସିଛି।
ରାମକୋ ଦ୍ୱାରା ଜବରଦଖଲ ହୋଇଥିବା ଜମିରେ ଶ୍ମଶାନ ଜମି, ଗୋଚର ଜମି, ଅନାବାଦୀଜମି, ଦେବୋତ୍ତର ଜମି ଏବଂ ଜଙ୍ଗଲ କିସମ ଜମି ଅନ୍ତର୍ଭୁକ୍ତ। ଏହି ସମସ୍ତ ଜମି ସ୍ମିତାରାଣୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରୁପେଶଭଦ୍ରଙ୍କ ନିଜ ଗୃହ ପଞ୍ଚାୟତରେ ଆସୁଛି। ଏହି ସମସ୍ତ ବେଆଇନ ଜବରଦଖଲ ଜମିକୁ ଆଇନସମ୍ମତ କରିବା ପାଇଁ ପିଇଓ ସ୍ମିତାରାଣୀଙ୍କୁ ଉପରେ ଚାପ ପ୍ରୟୋଗ କରାଯାଉଥିଲା।
ମୃତା ସ୍ମିତାରାଣୀ ଏଥିରେ ଅମଙ୍ଗ ହେବାରୁ ରଙ୍ଗଶାଳାରେ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ରାମକୋ ସିମେଣ୍ଟ କଂପାନୀର ମାଲିକ ଜଣେ ତାମିଲ ହୋଇଥିବାରୁ ତାଙ୍କର ସିଧାସଳଖ ସଂପର୍କ ତୃତୀୟ ମହିଳା ୫- ଟି ସଚିବ ତାମିଲ ଅଧିକାରୀ କେ.ପାଣ୍ଡିଆନଙ୍କ ସହ ରହିଛି। ସେଥିଲାଗି ଜିଲ୍ଲା ପ୍ରଶାସନ ଆଇନକୁ ଅଣଦେଖା କରିଛି।
