ରାଜ୍ୟରେ ଖୋଲିବ ଆଉ ୧୦୦ ଆଦର୍ଶ ବିଦ୍ୟାଳୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶା ଆଦର୍ଶ ବିଦ୍ୟାଳୟର ୪୮୯ ଜଣ ଶିକ୍ଷକ ଓ ୮ ଜଣ ଅଧ୍ୟକ୍ଷଙ୍କ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆଜି ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ଶିକ୍ଷାଦାନ ଏକ ମହତ ବୃତ୍ତି। ଶ୍ରେଣୀ କକ୍ଷରେ ହିଁ ଭବିଷ୍ୟତ ଗଠନ କରାଯାଇଥାଏ। କେବଳ ପୁସ୍ତକଗତ ଶିକ୍ଷା ଦାନ ଉପରେ ସୀମିତ ନରହି ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଓ ସେମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧର ବିକାଉପରେ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ରାଜ୍ୟରେ ୨୧୪ ଟି ଆଦର୍ଶ ବିଦ୍ୟାଳୟ ଥିବାବେଳେ ଖୁବ ଶୀଘ୍ର ଆଉ ୧୦୦ଟି ଆଦର୍ଶ ବିଦ୍ୟାଳୟ ଖୋଲାଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ସିବିଏସଇ ଦଶମ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ୯ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଆଦର୍ଶ ବିଦ୍ୟାଳୟ ନୂଆ ୱେବସାଇଟ୍ ଲୋକାର୍ପଣ କରିଥିଲେ।