Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୬୭ ତମ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା: ପୁରୁଷରେ ଓଡିଶା ପୁଲିସ, ମହିଳାରେ ରେଳବାଇ ଚାମ୍ପିଅନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୬୭ ତମ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା: ପୁରୁଷରେ ଓଡିଶା ପୁଲିସ, ମହିଳାରେ ରେଳବାଇ ଚାମ୍ପିଅନ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଓଏସଏପି ପଡିଆରେ ଚାଲିଥିବା ୬୭ ତମ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଛି। ଉଦଯାପନୀ ଦିବସରେ ହୋଇଥିବା ଫାଇନାଲ ମ୍ୟାଚରେ ପୁରୁଷ ବିଭାଗରେ ଓଡିଶା ପୁଲିସ ଦଳ ଢେଙ୍କାନାଳ ଦଳକୁ ପରାସ୍ତକରି ଚାମ୍ପିଅନ ହୋଇଥିବା ବେଳେ ମହିଳା ବିଭାଗରେ ପୂର୍ବତଟ ରେଳବାଇ (ଭୁବନେଶ୍ୱର) ଦଳ କେନ୍ଦ୍ରପଡା ଦଳକୁ ପରାସ୍ତ କରି ବିଜୟୀ ହୋଇଛି। ପୁରୁଷ ବିଭାଗରେ ଫାଇନାଲ ମ୍ୟାଚରେ ଓଡିଶା ପୁଲିସ ଦଳ ୩୪ ପଏଂଟ ହାସଳ କରିଥିବା ବେଳେ ଢେଙ୍କାନାଳ ଦଳ ୩୩ ପଏଂଟ ହାସଲ କରିଥିଲା।

ସେହିପରି ମହିଳା ବିଭାଗରେ ରେଳବାଇ ଦଳ ୩୨ ପଏଂଟ ହାସଲ କରିଥିବା ବେଳେ ଖୋର୍ଦ୍ଧା ଦଳ ୧୭ ପଏଣ୍ଟ ହାସଲ କରିଥିଲା। ଫାଇନାଲରେ ବିଜୟୀ ଓଡିଶା ପୁଲିସ ଓ ରେଳବାଇ ଦଳକୁ ଚମ୍ପିଆନ ଟ୍ରଫି ଓ ପରାଜୟ ବରଣ କରିଥିବା ଢେଙ୍କାନାଳ ଓ ଖୋର୍ଦ୍ଧା ଦଳକୁ ରନର୍ସ ଅପ ଟ୍ରଫି ପ୍ରଦାନ କରାଯାଇଛି। ଏହାସହ ଚଳିତ କ୍ରୀଡା ପ୍ରତିଯୋଗୀତାରେ ଶେଷ୍ଠ ପ୍ରଦର୍ଶନ କରି ପୁରୁଷ ବିଭାଗରେ ଓଡିଶା ପୁଲିସ ଦଳର ଶବ୍ୱିର ମ୍ୟାନ ଅଫ ଦି ଟୁର୍ଣ୍ଣାମେଂଟ ହାସଲ କରିଥିବା ବେଳେ ମହିଳା ବିଭାଗରେ ପୂର୍ବତଟ ରେଳବାଇର ନିତୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ହାସଲ କରିଛନ୍ତି।

ସେହିପରି ପୁରୁଷ ବର୍ଗରେ ଏନଆରଆଇଆଇ କଟକ ଓ ଆରଏସପି ରାଉରକେଲା ମିଳିତ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଲେ ମହିଳା ବିଭାଗରେ କଟକ ଦଳ ଓ ଓଡିଶା ପୁଲିସ ଦଳ ମିଳିତ ଭାବରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଉଦ୍ୟାପନୀ ଉତ୍ସବରେ ମୂଖ୍ୟ ଅତିଥି ଭଆବରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଉଭୟ ବିଭାଗର ଦଳ ଓ ଭଲ ପ୍ରଦର୍ଶନ କରିଥିବା ଖେଳାଳୀମାନଙ୍କୁ ପୁରସ୍କୃତ କରିବା ସହ ଆଗାମୀ ଦିନରେ ଆହୁରି ଉତ୍ତମ ଖେଳ ପ୍ରଦର୍ଶ କରି ଜଣେ ସଫଳ କ୍ରୀଡାବିତ ହୋଇ ଦେଶ ପାଇଁ ଗୌରବ ଆଣିବାକୁ ପ୍ରେରଣା ଦେଇଛନ୍ତି। ଏହାସହ ସେ କହିଛନ୍ତି ରାଜ୍ୟ କବଡି ଏସୋସିଏସନ ଜୋନାଲ ସ୍ତରୀୟ କବାଡି ପ୍ରତିଯୋଗୀତା ଆୟୋଜନ ପାଇଁ ଅନୁମତି ଦେଲେ ଆମେ ତାହା ମଧ୍ୟ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ସେହିପରି ସମ୍ମାନୀତ ଅତିଥୀ ଭାବରେ ଦୂର୍ଗପତି ଆଶିଷ ଦୁବେ ଏବଂ ଏମସିଏଲ ଇବ ଭ୍ୟାଲି ଖଣିକ୍ଷେତ୍ରର ଜିଏମ ମଧୁସୁଦନ ଶର୍ମା ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବାସହ ପୁରସ୍କତ କରିଛନ୍ତି। ଏହି ପ୍ରତିଯୋଗୀତାରେ ରାଜ୍ୟ ପୁରୁଷ, ମହିଳା କବାଡି ଆସୋସିଏସନ ର ସମ୍ପାଦକ ଅଜୟ ବେହେରା, ୨ୟ ଓ.ଏସ୍ .ଏପି ର ଦୁର୍ଗପତି ଆଶିଷ ଦୁବେ, ଝାରସୁଗୁଡ଼ା ଜିଲ୍ଳା କ୍ରୀଡା ସଂସ୍ଥା ର କାର୍ଯ୍ୟକାରୀ ସଭାପତି ବିଜୟ ବେହେରା, ଝାରସୁଗୁଡ଼ା ଜିଲ୍ଳା କ୍ରୀଡାସଂସ୍ଥା ର ସଫାଦକ ତାପସ ରାୟ ଚଉଧୁରୀ ପ୍ରମୂଖ, କୋଷାଧକ୍ଷ ତଥା କବାଡି ଆୟୋଜକ କମିଟି ର ସଂପାଦକ ଗଣେଷ ନାୟକ, ସୁଶିଲ ମିଶ୍ର, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଜୟ ଜେନା, ଜିଲ୍ଲା କ୍ରୀଡା ସଙ୍ଘର ଉପ-ସଭାପତି ଜୀବନ ମହାନ୍ତି, ସହ-ସଂମ୍ପାଦକ ପ୍ରଜ୍ଜଳ ପଟେଲ, ଶରତ ତ୍ରିପାଠି, ବିଜୟ ଦାସ, ଓ.ଏସ.ଏପି ର ଉପ-ଦୁର୍ଗପତି ଭବାନୀ ଶେଠ, ସହ-ଦୁର୍ଗପତି ମାନଧାତା ସାଇ, ଗୋପାଳ ଥାପା, ପ୍ରତିଭା ମହାପାତ୍ର , ପି ପାଢି, ବିିଜୟ ବକ୍ସି, ବୁଲୁ ମିଶ୍ର, ରାଜ୍ୟ ପୁରୁଷ, ମହିଳା କବାଡି ଆସୋସିଏସନର ପୃଥୀବି ରାଜ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ।

ପ୍ରକାଶ ଯୋଗ୍ୟ ଯେ, ଗତ ୧ ତାରିଖରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପ୍ରତିଯୋଗିତାରେ ମହିଳା ବର୍ଗରେ ଦେଓଗଡ, ସମ୍ବଲପୁର, ସୁନ୍ଦରଗଡ, ଯାଜପୁର, ଜଗସିଂପୁର, କେନ୍ଦୁଝର, କିଟ୍,ଆର.ଏସ.ପି ରାଉଲକେଲା, ଝାରସୁଗୁଡା, ବରଗଡ ଓଡିଶା ପୋଲିସ, ବଲାଙ୍ଗିର , ଖୋର୍ଦ୍ଧା, ଭ୍ୱବେନେଶ୍ୱର, ନୂଆପଡା, କଟକ, ପୁରୀ, ପୂର୍ବପଟ ରେଳବାଇ ଦଳ ଅଂଶଗ୍ରହଣ କରିଥିଲେ। ସେହିପରି ପୁରୁଷ ବିଭାଗରେ ଦେଓଗଡ, ସମ୍ବଲପୁର, ସୁନ୍ଦରଗଡ, ଯାଜପୁର, ଜଗସିଂପୁର, କେନ୍ଦୁଝର, ରାଉଲକେଲା, ଝାରସୁଗୁଡା, ବରଗଡ, ଓଡିଶା ପୋଲିସ, ବଲାଙ୍ଗିର, ଖୋର୍ଦ୍ଧା ଭ୍ୱବେନେଶ୍ୱର, ନୂଆପଡା, କଟକ, ପୁରୀ, ସୋନପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଗଜପତି, ପୁରୀ ଜିଲ୍ଳା ରହି ଥିବା ବେଳେ ସ୍ୱତନ୍ତ୍ର ଭାବରେ କିଟ୍, ଆର.ଏସ.ପି, ରାଜ୍ୟ ପୋଲିସ, ଏନ୍.ଆର ଆଇ. ଦଳ ଅଂଶ ଗ୍ରହଣ କରିଥିଲେ।

ଉଦ୍ଘାଟନୀ ସମାରୋହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ କହିଥିଲେ ଯେ ଝାରସୁଗୁଡା ରେ ଭିତ୍ତି ଭୁମି ର ବିକାଶ କରା ଯିବା ସହିତ ଆଗାମି ଦିନରେ ଝାରସୁଗୁଡା ଜିଲ୍ଳା କ୍ରୀଡା ହବ୍ ହେବା। ବର୍ତ୍ତମାନ ଜିଲ୍ଲାରେ ହେଉଥିବା ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗୀତା ଏହାର ପ୍ରମାଣ, ଯେଉଁଥିରେ ରାଜ୍ୟର ୨୬ଟି ଜିଲ୍ଲାରୁ ପ୍ରାୟ ୭ଶହ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ କ୍ରୀଡା ଶରୀରରକୁ ସୁସ୍ଥ ରଖିବାସହ ମଣିଷକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ। ଜଣେ ସଫଳ କ୍ରୀଡାବିତ ଦେଶ ପାଇଁ ଗୌରବ ଆଣଇଥାଏ। ତେଣୁ କ୍ରୀଡା ପ୍ରତିଯୋଗିତା ରେ କୃତ କାର୍ଯ୍ୟ ହେବା ପାଇଁ ଯୋଜନା ବଦ୍ଦ ଭାବରେ କଠିନ ପରିଶ୍ରମ ଜାରି ରଖିବା ଉଚିତ।

ସେହିପରି ଦ୍ୱିତୀୟ ଦିବସରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଯୋଗଦେଇ କ୍ରୀବିତ ମାନଙ୍କୁ ଉତ୍ସାହିତ କରିବାସହ କ୍ରୀଡା କ୍ଷେତ୍ରରେ ଝାରସୁଗୁଡାକୁ ଏକ ଅଗ୍ରଣୀ ସ୍ଥାନରେ ସ୍ଥାନିତ କରିବା ପାଇଁ ମିଳିତ ପ୍ରୟାସ ଜାରି ରହିଛି। ଆଗାମୀ ଦିନରେ କ୍ରୀଡ଼ା କ୍ଷେତ୍ରରେ ଝାରସୁଗୁଡା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ। ଜିଲ୍ଲାର କ୍ରୀଡାବିତମାନେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି କହିଥିଲେ।