Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନନ୍ଦନକାନନରେ ପୁଣି ଏକ ଆନାକୋଣ୍ଡା ମୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନନ୍ଦନକାନନରେ ପୁଣି ଏକ ଆନାକୋଣ୍ଡା ମୃତ

ବାରଙ୍ଗ,ଏନ୍ଏନ୍ଏସ୍: ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଥିବା ୮ଟି ହଳଦିଆ ରଙ୍ଗର ଆନାକୋଣ୍ଡାଙ୍କ ମଧ୍ୟରୁ ଗତ ଗୁରୁବାର ଗୋଟିଏର ମୃତ୍ୟୁ ହୋଇଥିବାବେଳେ ଶନିବାର ଆଉ ଗୋଟିଏ ଆଖି ବୁଜିଛି। ଏବେ ନନ୍ଦନକାନନରେ ଆନାକୋଣ୍ଡାଙ୍କ ସଂଖ୍ୟା ୬କୁ ହ୍ରାସ ପାଇଛି। ଚଳିତବର୍ଷ ଅକ୍ଟୋବର ୨୨ ତାରିଖରେ ଚେନ୍ନାଇର କ୍ରୋକ୍ଡାଇଲ୍ ବ୍ୟାଙ୍କରୁ ମିଳିଥିବା ଉପହାର ସ୍ୱରୂପ ଏମାନଙ୍କୁ ନନ୍ଦନକାନନ ଅଣାଯାଇଥିଲା। ଏମାନଙ୍କ ମଧ୍ୟରେ ୪ଟି ଅଣ୍ଡିରା ଓ ୪ଟି ମାଈ ଆନାକୋଣ୍ଡା ଥିଲେ। ଏହି ବିରଳ ପ୍ରଜାତିର ହଳଦିଆ ଆନାକୋଣ୍ଡାଗୁଡ଼ିକୁ ଦେଖିବା ପାଇଁ ସରୀସୃପ ଉଦ୍ୟାନ ୪୫ ନଂ ଏନକ୍ଲୋଜରରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିଲା।

ବର୍ତ୍ତମାନ ଏହି ଦୁଇଟି ଆନାକୋଣ୍ଡାର ମୃତ୍ୟୁରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଘୋର କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଅଭିଯୋଗ ହେଉଛି ଆନାକୋଣ୍ଡାଗୁଡ଼ିକର ସ୍ୱାସ୍ଥ୍ୟ ପ୍ରତି ନନ୍ଦନକାନନ କର୍ତ୍ତୃପକ୍ଷଙ୍କର ଅବହେଳା ହେତୁ ସେମାନଙ୍କ ମୃତ୍ୟୁ ଘଟିଛି। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ଆନାକୋଣ୍ଡାର ରକ୍ତନଳୀ ସଂକ୍ରମଣ ଯୋଗୁଁ ଅନ୍ତସ୍ରାବ ହେଉଥିଲା। ଫଳରେ ମଳ ସହ ମିଶି ରକ୍ତ ପଡ଼ୁଥିଲା। ଆଗରୁ ଏଗୁଡ଼ିକ ଏକାଠି ଥିବାରୁ କେଉଁ ଆନାକୋଣ୍ଡା ଅସୁସ୍ଥ ତାହା ଜଣାପଡ଼ିନଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଦୁଇ ଆନାକୋଣ୍ଡାଙ୍କ ମୃତ୍ୟୁର କାରଣ ସମାନ ବୋଲି ଜଣାପଡ଼ିଛି।

ରକ୍ତ ଝାଡ଼ା କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ହୋଇଥିବା ୪ଟି ଆନାକୋଣ୍ଡାଙ୍କ ମଧ୍ୟରୁ ୨ଟିର ମୃତ୍ୟୁ ହୋଇଥିବାବେଳେ ଏହାର ପୁନରାବୃତ୍ତି ନହେବା ପାଇଁ ତ୍ରିଭାନ୍ଦ୍ର୍ରମର ଅନୁଭବୀ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ଚିକିତ୍ସା ଜାରି ରହିଛି। ତାହା ସହିତ ବାକି ୬ଟି ଯାକର ଡିହାଇଡ୍ରେସନ୍ ଠିକ୍ରେ ହେବା ପାଇଁ ସନ୍ଧ୍ୟାରୁ ସାଲାଇନ୍ ଦେବାର ବ୍ୟବସ୍ଥା କରାଯାଇଛି। ଏହାସହ ତ୍ରିଭାନ୍ଦ୍ରମର ବହୁ ଅଭିଜ୍ଞ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ଆଣ୍ଟି ପ୍ରୋଟୋଜୋଆନ୍ ଔଷଧ ସମସ୍ତ ୬ଟି ଯାକ ଆନାକୋଣ୍ଡାଙ୍କୁ ଦିଆଯାଇଛି।