Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାସ୍ତା ନଥିବାରୁ ପୁଅକୁ ମିଳୁନି ଝିଅ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାସ୍ତା ନଥିବାରୁ ପୁଅକୁ ମିଳୁନି ଝିଅ

କ୍ଷୀରସିନ୍ଧୁ ମହାନ୍ତି

କୌଣସି ଦୁର୍ଗମ ପାହାଡ଼ ଅବା ଜଙ୍ଗଲ ଘେରାରେ ଜନବସତି ନୁହେଁ ବରଂ ସମତଳ ଅଞ୍ଚଳରେ ରହିଛି ବ୍ରିଟିଶ ଅମଳର ଗାଁ। ଏଠାରେ ବ୍ରିଟିଶ ଅମଳର ଅନେକ ପ୍ରମାଣ ଦେଖିବାକୁ ମିଳେ। କିନ୍ତୁ ସେହି ଅମଳର ଗ୍ରାମରେ ଏଯାଏ ବିକାଶ ପହଞ୍ଚିପାରିନାହିଁ। ଏମିତିି ଏକ ଗାଁ ରହିଛି ପାତ୍ରପୁର ବ୍ଳକ ଆମ୍ବପୁର ପଞ୍ଚାୟତର ନୀଳାମ୍ବରପଲ୍ଲୀ।

କୁହାଯାଏ ସ୍ୱାଧୀନ ହେବା ବହୁ ପୂର୍ବରୁ ଜରଡ଼ା ରାଜାଙ୍କ ବଂଶଧରମାନେ ଦେଶ ଜରଡ଼ାଗଡ଼ ନିକଟରେ ନିଜର କିଛି ପ୍ରଜାଙ୍କ ପାଇଁ ବସତି ସ୍ଥାପନ କରି ଗ୍ରାମର ନାମକରଣ ନୀଳାମ୍ବରପଲ୍ଲୀ ଦେଇଥିଲେ। ଏବେ ଗାଁଟିରେ ୨୫ରୁ ଊଦ୍ଧ୍ୱର୍ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଗାଁକୁ ଦେଖିଲେ ନୀଳାମ୍ବରପଲ୍ଲୀକୁ ପ୍ରଶାସନ ଭୁଲି ଯାଇଥିବା ବାରି ହୋଇଯାଉଛି। ଏଠାକାର ଲୋକେ ବିକାଶକୁ କେବଳ ସ୍ୱପ୍ନରେ ହିଁ ଦେଖୁଛନ୍ତି।

ଦୀର୍ଘ ବର୍ଷର ପୁରୁଣା ଗାଁ ସତ ହେଲେ ବି ଗ୍ରାମକୁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ଦାମୋଦରପଲ୍ଲୀ ଠାରୁ ଏହି ଗ୍ରାମକୁ ମାଟି ରାସ୍ତା ଥିଲେ ମଧ୍ୟ ତାହା ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ବାଇକଟିଏ ଯିବା ତ ଦୂରର କଥା ସାଇକେଲ କିମ୍ବା ପାଦରେ ଚାଲିକି ଯିବା ଅସମ୍ଭବ ହୋଇଛି। ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଲାଗି ପ୍ରାଥମିକ ବିଦ୍ୟାଳୟ ରହିଥିଲେ ମଧ୍ୟ ନାରାୟଣ ସାଗରର ଏକ ନାଳ ଯୋଗୁଁ ପିଲାମାନେ ବିପଦପୂର୍ଣ୍ଣ ଭାବେ ବିଦ୍ୟାଳୟକୁ ଆସୁଛନ୍ତି। ଉକ୍ତ ନାଳ ଉପରେ ଦୁଇଟି ସିମେଣ୍ଟ ନଳା ପକାଇ ତା’ଉପରେ ବିଦ୍ୟୁତ୍ ଖୁଣ୍ଟ ପକାଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଯିବା ଆସିବା କରୁଛନ୍ତି।

ଗ୍ରାମର କୋମଳମତି ଶିଶୁମାନେ ନରସିଂହପୁରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର କେବେ ଦେଖି ନଥିବା ବେଳେ ଶିଶୁକୁ ପାଞ୍ଚ ବର୍ଷ ହେଲେ ସିଧାସଳଖ ନିକଟରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ଗ୍ରାମର କିଛି ମହିଳା ପ୍ରକାଶ କରିଛନ୍ତି। ରାସ୍ତା ନଥିବାରୁ ଶିଶୁ ମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇପାରୁ ନଥିବା ବେଳେ ଅଙ୍ଗନବାଡ଼ି କର୍ମୀ ଦୁଇ ୩ ମାସକୁ ଥରେ ଗ୍ରାମକୁ ଆସି ଅଣ୍ଡା ଓ ଛତୁଆ ଦେଉଥିବା କହିଛନ୍ତି ଗ୍ରାମର ମହିଳାମାନେ। ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ରହିଛନ୍ତି ଦୁଇଜଣ ଶିକ୍ଷକ।

ଏହି ଗ୍ରାମର ୨୫ଟି ପରିବାର ପିଇବା ବିଶୁଦ୍ଧ ପାନୀୟଜଳରୁ ବଞ୍ଚିତ ହୋଇଛନ୍ତି। ସବୁ ପରିବାର ଗ୍ରାମ ପାଖରେ ଥିବା ନଳକୂପରୁ ପାଣି ବ୍ୟବହାର କରୁଛନ୍ତି। ଗାଁର ୨୦ରୁ ଊଦ୍ଧ୍ୱର୍ ପରିବାରକୁ ଆବାସ ଯୋଜନାରେ ଘରଖଣ୍ଡେ ମିଳିପାରିନାହିଁ। ଫଳରେ ତିତ୍ଲି ପରେ ମିଳିଥିବା ପାଲକୁ ଟଙ୍ଗାଇ ଗାଁ ଲୋକେ ମୁଣ୍ଡ ଗୁଞ୍ଜିିଛନ୍ତି। ରାସ୍ତା ନଥିବାରୁ ଅବିବାହିତ ପୁଅଙ୍କୁ ପଡ଼ିଶା ଗାଁ’ଲୋକେ ଝିଅ ଦେଉନାହାନ୍ତି, ଫଳରେ ଗାଁର ଅନେକ ଯୁବକ ବିଳମ୍ବରେ ବିବାହ କରୁଛନ୍ତି ବୋଲି ଗ୍ରାମବାସୀ କୁହନ୍ତି।

ଅନତି ଦୂରରେ ଜରଡ଼ାର ସ୍ୱାସ୍ଥ୍ୟକେନ୍ଦ୍ର ରହିଥିଲେ ମଧ୍ୟ ରାସ୍ତା ନଥିବାରୁ କାହାର ଦେହ ଖରାପ ହେଲେ ଦୋଳାରେ ବୋହି ଡାକ୍ତରଖାନା ପର୍ଯ୍ୟନ୍ତ ନେବାକୁ ପଡ଼ୁଛି। ଗ୍ରାମକୁ ରାସ୍ତା ନଥିବାରୁ ବର୍ଷକର ୧୦ ମାସ ଗ୍ରାମରୁ ବାହାରି ହୁଏ ନାହିଁ। ରୋଜଗାରର କୌଣସି ପନ୍ଥା ନଥିବାରୁ ଗାଁର ଅଧିକାଂଶ ଯୁବକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି। ମହିଳାମାନେ ପଡ଼ିଶା ଗାଁଲୋକଙ୍କ ଜମିରେ ମଜୁରି ଖଟୁଛନ୍ତି ବୋଲି ଗ୍ରାମବାସୀ କୁହନ୍ତି।