ନୂଆଦିଲ୍ଲୀ,ଏଜେନ୍ସି: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ)ରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଗତ କିଛିଦିନ ତଳେ ଜେଏନୟୁରେ ଫି ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିବା ବେଳେ ଏ ନେଇ ଆଜି ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି।
ଏ ନେଇ ସେଠାରେ ପୂର୍ବରୁ ୧୪୪ ଧାରା ଲାଗୁ କରାଯାଇଥିବା ପରେ ମଧ୍ୟ ଛାତ୍ର ସଂଘ ନେତୃତ୍ଵରେ ଶହ ଶହ ଛାତ୍ରଛାତ୍ରୀ ସୋମବାର ସଂସଦ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଛନ୍ତି। ଛାତ୍ରମାନଙ୍କୁ ସଂସଦ ପରିସରରେ ପହଞ୍ଚିବାକୁ ଦିଆଯିବ ନାହିଁ ବୋଲି ପୁଲିସ କହିବା ସହିତ ବିଭିନ୍ନ ସ୍ଥାନରେ ଛାତ୍ରଙ୍କୁ ଅଟକାଇବା ଲାଗି ବ୍ୟାରିକେଡ୍ କରାଯାଇଛି। କିନ୍ତୁ ଅନେକ ସ୍ଥାନରେ ଛାତ୍ରମାନେ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି।
