Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦେଶର ଜନତାଙ୍କ ଆଗରେ ରାହୁଲ କ୍ଷମା ମାଗନ୍ତୁ: ଅରୁଣ ସିଂହ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦେଶର ଜନତାଙ୍କ ଆଗରେ ରାହୁଲ କ୍ଷମା ମାଗନ୍ତୁ: ଅରୁଣ ସିଂହ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୮ ମସିହାରେ ରାଫେଲ ସଂକ୍ରାନ୍ତ ସୁପ୍ରିମକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ଗାନ୍ଧୀ କରିଥିବା ଆଗତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ଉକ୍ତ ଆବେଦନର କୌଣସି ଆଧାର ନାହିଁ ବୋଲି କହିଛନ୍ତି। କିନ୍ତୁ ଦେଶର ସାଧାରଣ ଜନତାଙ୍କୁ ରାହୁଲ ଗାନ୍ଧୀ ଯେପରି ଭାବେ ମିଛ କହି ଭ୍ରମିତ କରିଥିଲେ, ତାହା ଆଦୌ ଗ୍ରହଣୀୟ ନୁହେଁ। ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ରାହୁଲ ଗାନ୍ଧୀଙ୍କ ମିଥ୍ୟା ଧରାପଡିବା ପରେ ରାହୁଲ ଗାନ୍ଧୀ ଏପରି ଲୋକଲଜ୍ଜାକୁ ଗ୍ରହଣ କରି ସମଗ୍ର ଦେଶବାସୀଙ୍କ ଆଗରେ ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ।

ସେହିପରି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ରାହୁଲ ଗାନ୍ଧୀ ଯେଉଁଭଳି ଭାବେ ଅପଶବ୍ଦ କହିଥିଲେ ସେଥିପାଇଁ ସେ କୋର୍ଟରେ କ୍ଷମା ମାଗିଛନ୍ତି। ଖାଲି କୋର୍ଟରେ ନୁହେଁ ଦେଶର ଜନତାଙ୍କ ଆଗରେ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଶନିବାର ବିଜେପି ପକ୍ଷରୁ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ପ୍ରତିବାଦ ପଦଯାତ୍ରାରେ ଯୋଗଦେଇ କହିଛନ୍ତି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ବିଜେପି ରାଜ୍ୟ ପ୍ରଭାରି ଅରୁଣ ସିଂ। କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ମିଥ୍ୟାକୁ ଲୋକଲୋଚନକୁ ଆଣିବା ସହ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି ନେଇ ଆଜି ବିଜେପି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ମାନ୍ୟବର ସୁୁପ୍ରିମକୋର୍ଟ କଂଗ୍ରେସର ପୁନଃ ବିଚାର ଯାଚିକାକୁ ଖାରଜ କରିବା ଫଳରେ ପୁଣିଥରେ ସତ୍ୟର ବିଜୟ ହୋଇଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କଂଗ୍ରେସ ଦଳ ଯେପରି ଭାବେ ଏକ ମିଥ୍ୟାରୋପକୁ ଚଲାଇ ଆସୁଥିଲା ତାହା ଏବେ ଲୋକ ଜାଣିଲେ। ଏହା ପୂର୍ବରୁ ଡିସେମ୍ବର ୨୦୧୮ରେ ମାନ୍ୟବର ସୁପ୍ରିମକୋର୍ଟ ରାଫେଲ ଡିଲକୁ ଆଇନ ସମ୍ମତ ବୋଲି ଦର୍ଶାଇ କହିଥିଲେ ଓ ଏଥିରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ବୋଲି କହିଥିଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ କି, କଂଗ୍ରେସର ତତ୍କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର ମିଥ୍ୟା କଥା କହି ଦେଶର ଜନତାଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କରିଆସୁଥିଲେ। ଦେଶର ଇତିହାସରେ ପ୍ରଥମ ଥର ପାଇଁ କୌଣସି ରାଷ୍ଟ୍ରୀୟ ଦଳର ଅଧ୍ୟକ୍ଷ ଏପରି ମିଥ୍ୟା କହି ଅଦାଲତରେ କ୍ଷମା ମାଗିବାକୁ ପଡିଛି ବୋଲି ଶ୍ରୀ ସିଂହ କହିଛନ୍ତି।

ଶ୍ରୀ ସିଂହ କହିଛନ୍ତି ଯେ ପ୍ରଥମେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳର ଏହି ମିଥ୍ୟା ତଥ୍ୟକୁ ଆଗରୁ କୋର୍ଟ ଖାରଜ କରିଥିଲେ। ପରେ ଦେଶର ଜନତାଙ୍କ ଅଦାଲତରେ ବି ସେମାନଙ୍କ ପରାଜୟ ହେଲା। ପରେ ଏବେ ପୁଣି ଥରେ ସେମାନଙ୍କର ଅପଚେଷ୍ଟା ଉପରୁ ପରଦା ହଟିଛି। ପୁନଃ ବିଚାର ଯାଚିକାକୁ ଖାରଜ କରିଥିବା ସୁପ୍ରିମ କୋର୍ଟଙ୍କ ଆଦେଶ ସ୍ୱାଗତଯୋଗ୍ୟ। ଏହି ଆଦେଶ ପରେ ଭଷ୍ଟ୍ରାଚାର ମୁକ୍ତ ଏବଂ ପାରଦର୍ଶିତା ସଂପନ୍ନ ମୋଦି ସରକାରଙ୍କ ବିଶ୍ୱସନୀୟତା ଦେଶର ସାଧାରଣ ଜନତାଙ୍କ ପାଖେ ବୃଦ୍ଧି ପାଇଛି। ଗଣତନ୍ତ୍ରରେ ବୈଚାରିକ ଲଢେଇ ହୋଇପାରେ। କିନ୍ତୁ ରାଷ୍ଟ୍ରୀୟ ଦଳ କଂଗ୍ରେସର ଅଧ୍ୟକ୍ଷ ଏପରି ମିଥ୍ୟା ତଥ୍ୟ ରଖି ହୀନ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ। ମୁଖା ପିନ୍ଧିଥିବା ବ୍ୟକ୍ତିଙ୍କ ମୁଖା ଖୋଲିଛି।

ଗଣତନ୍ତ୍ରରେ ଲୋକ ଲଜ୍ଜା ଉପରେ ଧ୍ୟାନ ଦେବା ଦରକାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଦେଶର ସୁରକ୍ଷା, ସୈନ୍ୟମାନଙ୍କ ପାଇଁ ଆଧୁନିକ ଉପକରଣ ଏବଂ ନୂତନ ଜ୍ଞାନ କୌଶଳ ଉବଲବ୍ଧ କରାଇବା ପାଇଁ ଏତେ ବଡ ପଦକ୍ଷେପ ଗ୍ରହଣ କରିଥିବାବେଳେ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡିତ ବିଷୟରେ ବାରମ୍ବର ରାହୁଲ ଗାନ୍ଧୀ ମିଥ୍ୟା କଥା କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ପ୍ରତିବାଦ ପଦଯାତ୍ରାରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ନୟନ ମହାନ୍ତି, ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଓ ଦଳର ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତା ମାନେ ପ୍ରମୁଖ ଉପସ୍ଥିତ ଥିଲେ।