ଭାରତୀୟ ସେନା ଓ ଚୀନ ସେନା ବୁଝାମଣାରେ କାମ କରୁଛନ୍ତି: ରାଜନାଥ ସିଂ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅରୁଣାଞ୍ଚଳ ପ୍ରଦେଶକୁ ଦ୍ୱିଦିବସୀୟ ଗସ୍ତରେ ଆସି ବୁମଲା ଅଞ୍ଚଳର ଚୀନ ସୀମା ନିକଟବର୍ତ୍ତୀ ଫାରୱାର୍ଡ ପୋଷ୍ଟର ନିରୀକ୍ଷଣ କରିଛନ୍ତି। ଏହି ସମୟରେ ତାଙ୍କ ସହ ଭାରତୀୟ ସେନା ଓ ଇଣ୍ଡୋ ତିବତ ବର୍ଡର ପୁଲିସର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ରାଜନାଥ ସିଂହ କହିଛନ୍ତି ଯେ, ନିୟନ୍ତ୍ରଣ ରେଖା ନିକଟରେ କୌଣସି ଅସୁବିଧା ନାହିଁ। ଭାରତୀୟ ସେନା ଏବଂ ଚୀନ ସେନା ନିଜ ମଧ୍ୟରେ ଆପୋଷ ବୁଝାମଣାରେ ସୀମାରେ କାମ କରୁଛନ୍ତି।

ଅରୁଣାଚଳ ପ୍ରଦେଶର ତବାଙ୍ଗରେ ଆୟୋଜିତ ୧୧ତମ ମନ୍ତ୍ରୀ ଦିବସ ସମାରୋହରେ ରାଜନାଥ କହିଛନ୍ତି ଯେ, ଭାରତ ଚୀନ ସୀମା କ୍ଷେତ୍ରରେ ରହୁଥିବା ଲୋକଙ୍କୁ ସାଧାରଣ ଲୋକ କୁହାଯିବ ନାହିଁ , ବରଂ ସେମାନେ ରଣନୀତିକ ସମ୍ପତ୍ତି। ଭାରତୀୟ ସେନା ଏବଂ ଚୀନ ସେନା ସୀମାରେ ଉପଯୁକ୍ତ ବୁଝାମଣାରେ କାମ କରୁଥିବା ହେତୁ ସାମାନ୍ତରେ ଶାନ୍ତି ବଜାୟ ରହିଛି।