ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୩ରେ ଭାରତୀୟ ପୁରୁଷ ହକି ଟିମ୍ ସ୍ୱର୍ଣ୍ଣ ପଦକ ଜିତିଛି । ଟିମ ଇଣ୍ଡିଆ ଗତ ଥରର ଏସିଆ ଚାମ୍ପିଆନ ଜାପାନକୁ ୫-୧ରେ ପରାସ୍ତ କରିବାରେ ସଫଳ ହୋଇଛି । ଏହାସହ ଭାରତ ପ୍ୟାରିସ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛି। ଅଧିନାୟକ ହରମନପ୍ରୀତ ସିଂହ ୨ଟି ଗୋଲ୍ କରିଥିବାବେଳେ ମନପ୍ରୀତ ସିଂହ, ଅମିତ ରୋହିଦାସ ଓ ଅଭିଷେକ ଗୋଟିଏ ଲେଖାଏଁ ଗୋଲ କରିଥିଲେ ।
ସୂଚନାଯୋଗ୍ୟ, ଏହାପୂର୍ବରୁ ପୁଲ ରାଉଣ୍ଡରେ ମଧ୍ୟ ଭାରତ ଓ ଜାପାନ ମୁହାଁମୁହିଁ ହୋଇଥିଲେ । ଏଥିରେ ଭାରତ ୪-୨ରେ ଜିତିଥିଲା ।