Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନବରଙ୍ଗପୁର ମହାବିଦ୍ୟାଳୟରେ ସ୍ୱତନ୍ତ୍ର ବିଦ୍ୟାର୍ଥୀ ସମ୍ମିଳନୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନବରଙ୍ଗପୁର ମହାବିଦ୍ୟାଳୟରେ ସ୍ୱତନ୍ତ୍ର ବିଦ୍ୟାର୍ଥୀ ସମ୍ମିଳନୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ମୁଖ୍ୟମନ୍ତ୍ରୀ ବିଶେଷ ସହାୟତା (CMSA) ମାଧ୍ୟମରେ କଲେଜ ଗୁଡ଼ିକର ରୂପାନ୍ତରୀକରଣ ବିଷୟକୁ ନେଇ ନବରଙ୍ଗପୁର ମହାବିଦ୍ୟାଳୟର ବିନୋଦ ଝା ପ୍ରେକ୍ଷାଳୟରେ ସ୍ୱତନ୍ତ୍ର ବିଦ୍ୟାର୍ଥୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ଜିଲ୍ଲାର ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକୁ ଆଦର୍ଶ ଶିକ୍ଷାନୁଷ୍ଠାନ କରିବା ପାଇଁ ୫ଟି ମାଧ୍ୟମରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳ ପ୍ରାରମ୍ଭିକ ଅଭିଭାଷଣରେ ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାର ଯୋଗାଇ ଦେଇଥିବା ବିଭିନ୍ନ ଅନୁଦାନ ସମ୍ପର୍କରେ ସୂଚନା ଦେଇ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପୂର୍ତ୍ତ ବିଭାଗର ସହକାରୀ ମୁଖ୍ୟ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ଯୋଗଦେଇ ମହାବିଦ୍ୟାଳୟରେ ନିର୍ମାଣ ଚାଲିଥିବା ବାଳକ-ବାଳିକା ସାଧାରଣ ପ୍ରକୋଷ୍ଠ, ସ୍ମାର୍ଟ ଶ୍ରେଣୀ ଗୃହ, ଇ-ଲାଇବ୍ରେରୀ କାର୍ଯ୍ୟ ମାସକ ମଧ୍ୟରେ ସମାପ୍ତ ହେବ ବୋଲି ନିଶ୍ଚିତ କରିବା ସହ ଏହାର ଉପଯୁକ୍ତ ଯତ୍ନ ନେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ପରେ ନବରଙ୍ଗପୁର ବ୍ଲକ୍ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ଯୋଗଦେଇ ନବରଙ୍ଗପୁର ମହାବିଦ୍ୟାଳୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ମଞ୍ଜୁର ହୋଇଥିବା ମୁଖ୍ୟମନ୍ତ୍ରୀ ବିଶେଷ ସହାୟତା ୧କୋଟି ୨୫ ଲକ୍ଷ ଅନୁଦାନ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ପୂର୍ତ୍ତ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୋଫାନ କୁମାର ନାୟକ ମହାବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଆବଶ୍ୟକ ଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ସରକାର ଅବଗତ ଅଛନ୍ତି ଏବଂ ଏହା ଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡା. ଜାହାଙ୍ଗୀର ମହମ୍ମଦ ମହାବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ଏବଂ ସବୁଜ କରିବା ପାଇଁ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀଙ୍କ ଦ୍ୱାରା କରାଯାଇଥିବା ମେଗା ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୃତ୍ତ ଚିତ୍ର ମାଧ୍ୟମରେ ଅବଗତ କରାଇଥିଲେ । ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ମହାବିଦ୍ୟାଳୟରେ ଚାଲିଥିବା ବିଭିନ୍ନ ରୂପନ୍ତରୀକରଣ କାର୍ଯ୍ୟ ଗୁଡ଼ିକ ସମ୍ପର୍କରେ ସୂଚନା ଦେଇ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଅତିଥି, ଅଧ୍ୟାପକ -ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।