ସରକାରୀ ସ୍କୁଲର ୩୦ କିମି ମଧ୍ୟରେ ପିଲାଙ୍କୁ ମିଳିବ ମାଗଣା ବସ ସେବା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‘ସ୍କୁଲ ଅଫ୍ ଏମିନେନ୍ସ’ର ଉଦଘାଟନ ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ କ୍ରେଜିୱାଲ କହିଛନ୍ତି ଯେ, ଆମେ ଦିଲ୍ଲୀରେ ଶାନଦାର ସ୍କୁଲ ବନାଇଛୁ । ଦିଲ୍ଲୀ ପରେ ଏବେ ଭଗବନ୍ତ ମାନଙ୍କ ପଞ୍ଜାବ ସରକାର ଶିକ୍ଷା କ୍ରାନ୍ତି ପଞ୍ଜାବରେ ଆରମ୍ଭ ହୋଇଛି । ଅମୃତସରର ଏକ ଘରୋଇ ସ୍କୁଲରେ ଏମିତି ସୁବିଧା ନାହିଁ ଯାହାକି ଏଠାରେ ଦିଆଯାଇଛି । ପଞ୍ଜାବର ପ୍ରତ୍ୟେକ ସରକାରୀ ସ୍କୁଲକୁ ଏମିତି ପ୍ରସ୍ତୁତ କରାଯିବ । ସରକାରୀ ସ୍କୁଲରେ ୩୦ କିମି ମଧ୍ୟରେ ରହିଥିବା ପିଲାଙ୍କୁ ମାଗଣା ବସ ସେବା ମିଳିବ ।