ବାଙ୍ଗାଲୁରୁ: ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍୧’କୁ ନେଇ ଇସ୍ରୋ ବଡ଼ ଘୋଷଣା କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ସେପ୍ଟେମ୍ବର ୨ ତାରିଖ ୧୧ଟା ୫୦ରେ ଲଞ୍ଚ କରାଯିବ । ସୂର୍ଯ୍ୟ ଗବେଷଣା ସମ୍ପର୍କିତ ଏହା ହେଉଛି ଭାରତର ପ୍ରଥମ ମିଶନ । ଆଦିତ୍ୟ ଏଲ୍୧ ପୃଥିବୀଠାରୁ ୧୫ ଲକ୍ଷ କିମି ଯିବ । ପିଏସଏଲଭି ଏକ୍ସଏଲ ରକେଟ ଦ୍ୱାରା ଆଦିତ୍ୟ ଏଲ୍ ୧ ଉତକ୍ଷେପଣ ହେବ । ୧୫ ଲକ୍ଷ କିମି ଏଲ୍୧ ପଏଣ୍ଟରେ ପହଞ୍ଚିବାକୁ ୪ ମାସ ଲାଗିବ ବୋଲି ସୂଚନା ମିଳିଛି ।