ମଣିପୁର: ମଣିପୁର ହିଂସାକୁ ପାଖାପାଖି ୨ ମାସ ବିତିଗଲାଣି । ଇତିମଧ୍ୟରେ ଅନେକ ମହିଳାଙ୍କ ସହ ଯୌନ ଶୋଷଣର ମାମଲା ସାମ୍ନାକୁ ଆସିଛି । ହିଂସା ପ୍ରାରମ୍ଭରୁ ଇଣ୍ଟରନେଟ ବ୍ୟାନ ହୋଇଯାଇଥିବାରୁ ଅନେକ ଭୟାବହ ଘଟଣା ସାମ୍ନାକୁ ଆସି ପାରିନାହିଁ । ମହିଳାଙ୍କ ସହ ଅସଦାଚର ଘଟଣା ପରେ ରାଷ୍ଟ୍ରୀୟ ମହିଳା ଆୟୋଗର ଏକ ଟିମ୍ ମଣିପୁର ପହଞ୍ଚିଛି । ସେଠାରେ ସେମାନେ କୁକି ଏବଂ ମୈତଇ ସମୁଦାୟର ମହିଳାଙ୍କୁ ଭେଟିବେ । ବିଶେଷ କରି ଯେଉଁମାନେ ଯୌନ ଶୋଷଣର ଶିକାର ହୋଇଛନ୍ତି ସେମାନଙ୍କୁ ଏବଂ ତାଙ୍କ ପରିବାରକୁ ଭେଟିବେ ।
ସୂଚନାଯୋଗ୍ୟ, ମଣିପୁର ହିଂସାରେ ମହିଳାଙ୍କ ସହ ହୋଇଥିବା ଅତ୍ୟାଚାରକୁ ନେଇ ବିଳମ୍ବରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବରୁ ଏନସିଡବ୍ଲ୍ୟୁକୁ ସୋସିଆଲ ମିଡିଆ ୟୁଜର୍ସଙ୍କ ଆକ୍ରୋର ଶିକାର ହୋଇଥିଲେ । ଏମିତିରେ ଏବେ ଏନସିଡବ୍ଲ୍ୟୁ ପୀଡ଼ିତାଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରୁଛି ।