ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡସ୍ଥିତ ଚମୋଲୀ ଜିଲ୍ଲାରେ ବର୍ଷା ଓ ବନ୍ୟାର ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି । ଜିଲ୍ଲାର ଅଲକନନ୍ଦା ନଦୀ ତଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସେଠାରେ ଟ୍ରାନ୍ସଫର୍ମର ଫାଟିବା କାରଣରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ଜଣ ଆହତ ହୋଇଛନ୍ତି । ସମସ୍ତ ଆହତକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଚମୋଲୀ ଏସପି ପରମେନ୍ଦ୍ର ଦବଲ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଭାରି ବର୍ଷା ଯୋଗୁ ଉତ୍ତରାଖଣ୍ଡର ଚମୋଲୀ, ହରିଦ୍ୱାର ଓ ରୁଦ୍ରପ୍ରୟାଗ ସମେତ ଅନେକ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ଅଲକନନ୍ଦା ନଦୀ ହିମାଳୟରୁ ବାହାରି ଉତ୍ତରାଖଣ୍ଡର ଭାଗିରଥୀ ନଦୀ ସହ ମିଶିଥାଏ । ନିକଟରେ ଅଲକନନ୍ଦାରେ ଜଳସ୍ତର ବଢ଼ିବା ଯୋଗୁ ଶ୍ରୀନଗର ଡ୍ୟାମକୁ ପାଣି ଛଡ଼ା ଯାଇଥିଲା ।