ମଣିପୁରର କଙ୍ଗପୋକପୀ ଜିଲ୍ଲାରେ ଫାୟରିଂ, ଜଣେ ପୁଲିସକର୍ମୀ ମୃତ ଓ ୧୦ ଆହତ

ମଣିପୁର: ମଣିପୁରରେ ଲଗାତାର ଭାବେ ହିଂସା ବଢ଼ି ଚାଲିଛି । କଙ୍ଗପୋକପୀ ଅଞ୍ଚଳରେ ରାତି ସାରା ହିଂସାତ୍ମକ ସଂଘର୍ଷ ହୋଇଛି । ଏଥିରେ ଜଣେ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୦ଜଣ ଲୋକ ଆହତ ହୋଇଛନ୍ତି । ଭୋର ୩ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଶାନ୍ତି ରହିବା ପରେ ପୁଣି ଫାୟରିଂ ଆରମ୍ଭ ହୋଇଯାଇଥିଲା ।

କଙ୍ଗପୋକପୀ ଜିଲ୍ଲାର କାଙ୍ଗଚୁପ ଅଞ୍ଚଳରେ ଗାଁ ଏବଂ ପାହାଡ଼ୀଙ୍କୁ ଆକ୍ରମଣକାରୀ ଟାର୍ଗେଟ କରିଛନ୍ତି । ଏହାବ୍ୟତୀତ ଆସାମ ରାଇଫଲ୍ସ ପକ୍ଷରୁ ୨ ଗାଁ ମଧ୍ୟରେ ‘ବୋଫର ଜୋନ’ ନିର୍ମାଣ କରାଯାଇଛି । ଫାୟରିଂ ବନ୍ଦ ହେବା ପରେ ସ୍ଥିତିର ସଠିକ ଭାବେ ଆକଳନ କରାଯିବ ।