Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବାହାନଗା ଟ୍ରେନ ଟ୍ରାଜେଡି: ଡିଏନଏ ପରୀକ୍ଷା ପରେ ଚିହ୍ନଟ ହେଲେ ଆଉ ୧୩ ପରିବାର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବାହାନଗା ଟ୍ରେନ ଟ୍ରାଜେଡି: ଡିଏନଏ ପରୀକ୍ଷା ପରେ ଚିହ୍ନଟ ହେଲେ ଆଉ ୧୩ ପରିବାର

ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡିରେ ପୁଣି ୧୩ ଟି ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଡିଏନଏ ପରୀକ୍ଷା ଆଧାରରେ ଏମ୍ସ, ବିଏମସି ଜିଆରପି ଅଧିକାରୀଙ୍କ ସମନ୍ବୟରେ ଏହି ୧୩ଟି ମୃତଦେହକୁ ମୃତକଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଗତକାଲି ୬ଟି ମୃତଦେହକୁ ହସ୍ତାନ୍ତର କରାଯାଇଥିବାବେଳେ ଏହାକୁ ମିଶାଇ ମୋଟ ୧୯ଟି ହସ୍ତାନ୍ତର କରାଯାଇଛି ।
ସେଥିମଧ୍ୟରୁ ୪ଟି ମୃତଦେହ ବିହାର, ୮ଟି ପଶ୍ଚିମବଙ୍ଗ ଏବଂ ଗୋଟିଏ ମୃତଦେହକୁ ଝାଡଖଣ୍ଡକୁ ପଠାଇ ଦିଆଯାଇଛି । ତେବେ ମୃତକଙ୍କ ମର ଶରୀର ନେବା ସମୟରେ ପରିବାରଙ୍କ ପାଇଁ ଆମ୍ବୁଲାନ୍ସ ଏବଂ ଏସକର୍ଟ ଗାଡି ଓଡିଶା ସରକାର ଏବଂ ପୂର୍ବତଟ ରେଳବାଇ ଦ୍ବାରା ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ତଥା ରେଳମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ରେଳବାଇ ଦ୍ବାରା ପରିବାର ସଦସ୍ୟଙ୍କ ସମ୍ପର୍କୀୟଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି । ଦାବିଦାର ଆସିବା ପର୍ଯ୍ୟନ୍ତ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିବ।
ସୂଚନା ଅନୁଯାୟୀ ଏମ୍ସରେ ୮୧ଟି ମୃତଦେହରୁ ଗତକାଲି ୨୯ଟି ଡିଏନଏ ରିପୋର୍ଟ ଆସିବା ପରେ ସେଥିମଧ୍ୟରୁ ୬ଟି ମୃତଦେହକୁ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଆଜି ଆହୁରି ମୃତଦେହ ଚିହ୍ନଟ ହୋଇଥିବା ବେଳେ ଆଜି ୧୩ଟି ମୃତଦେହ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ସମସ୍ତେ ନିଜ ଅଞ୍ଚଳକୁ ମୃତଦେହ ନେଇଥିବା ଜଣାପଡିଛି । ଅନ୍ୟପଟେ ଭୁବନେଶ୍ଵରରେ ବିଏମସି ପକ୍ଷରୁ ଭରତପୁର ଏବଂ ସତ୍ୟନଗର ଶ୍ମଶାନ ଦୁଇଟିରେ ମୃତଦେହକୁ ଦାହ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।