ଗୁଜରାଟ: ୱାର୍ଲ୍ଡକପ୍ ୨୦୨୩ରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଅକ୍ଟୋବର ୧୫ରେ ଖେଳାଯିବ । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଅନୁଷ୍ଠିତ ହେବ । ଏହି ମ୍ୟାଚକୁ ଦୃଷ୍ଟିରେ ରଖି ଅହମ୍ମଦାବଦରେ ହୋଟେଲ ରୁମ ଦର ୨ ଗୁଣା ବଢ଼ିଯାଇଛି ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ୧୦୦ ଦିନ ପୂର୍ବରୁ ୫ ତାରକା ହୋଟେଲର ଏକ ନିୟମିତ କ୍ୟାଟେଗରୀ ରୁମର ଗୋଟିଏ ରାତି ରହିବାର ମୂଲ୍ୟ ୫୦ ହଜାର ଟଙ୍କା ସ୍ଥିର କରାଯାଇଛି । ସମୟ ସହ ଏହି ରୁମର ମୂଲ୍ୟ ୬,୫୦୦ରୁ ୧୦, ୫୦୦ ହୋଇପାରେ । ଏହାସହ ପ୍ରିମିୟମ କ୍ୟାଟେଗରୀ ରୁମର ମୂଲ୍ୟ ୧ଲକ୍ଷ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇପାରେ ।
ସୂଚନାଯୋଗ୍ୟ, ଅକ୍ଟୋବର ୫ରେ ହେବାକୁ ଥିବା ୱାର୍ଲ୍ଡକପର ପ୍ରଥମ ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହାପରେ ଭାରତ ଓ ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୫ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବ । ଶେଷରେ ନଭେମ୍ବର ୧୯ରେ ହେବାକୁ ଥିବା ଫାଇନାଲ ମ୍ୟାଚ ମଧ୍ୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।