Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଷ୍ଟପତି ମୁର୍ମୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଷ୍ଟପତି ମୁର୍ମୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନା ହୋଇଛି । ଦୁଇ ଦିନ ତଳେ ବିଦେଶ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହା ଏକ ଔପଚାରିକ ସାକ୍ଷତକାର । ଏହା ସହ ସେ ତିନି ସେନାର ଅଧିକାରୀଙ୍କୁ ବିଶିଷ୍ଟ ସେବା ପାଇଁ ସମ୍ମାନିତ କରାଯିବା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ । ଏହି ସେନାଧିକାରୀଙ୍କୁ ସମ୍ମାନିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଥିଲେ । ଆଜି ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଦେଶ ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଗୋଟିଏ ଦିନରେ ଦେଶର ବିଭିନ୍ନ ସ୍ଥାନକୁ ୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ବିଦେଶ ଗସ୍ତରୁ ଫେରି ଦିନିକିଆ ମଧ୍ୟ ପ୍ରଦେଶ ଗସ୍ତ କରି ଦେଶବାସୀଙ୍କୁ ଦିନକରେ ୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ନବୀକରଣ ହୋଇ ବିଶ୍ବସ୍ତରୀୟ ଭିତ୍ତିଭୂମି ପାଇଥିବା ଭୋପାଳର ରାଣୀ କମଳାପତି ଷ୍ଟେସନରୁ ଗ୍ରୀନ ଫ୍ଲାଗ ଦେଖାଇ ୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଆଜିର ୫ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ମିଶାଇ ଦେଶରେ ଏହି ସ୍ବଦେଶୀ ନିର୍ମିତ ସେମି-ସ୍ପିଡ ଟ୍ରେନର ସଂଖ୍ୟା ୨୩ରେ ପହଞ୍ଚିଛି ।

ସରକାରୀ କାର୍ଯ୍ୟକ୍ରମ ପରେ ଭୋପାଲରେ ଦଳୀୟ ସମାବଶକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ । ‘ମୋ ବୁଥ, ସବୁଠୁ ମଜଭୂତ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ନେଇ ବଡ ସଙ୍କେତ ଦେଇଥିଲେ । ଦେଶରେ ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ଆଇନର ନିହାତି ଆବଶ୍ୟକତା କଥା କହିବା ସହ ତିନି ତଲାକ ଉଚ୍ଛେଦ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରି ବିରୋଧୀଙ୍କ ଉପରେ ବର୍ଷିଥିଲେ । ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ଦେଶରେ ହେବାକୁ ଯାଉଛି, ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଆଜି ସ୍ପଷ୍ଟ ହୋଇଛି । ସେହିପରି ବିଜେପି ସରକାର ଉଚ୍ଛେଦ କରିଥିବା ତିନି ତଲାକ ପ୍ରସଙ୍ଗରେ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ତିନି ତଲାକ ପ୍ରଥା ଇସଲାମ ଧର୍ମର ଅଭିନ୍ନ ଅଙ୍ଗ ବା ମୂଳ ଅଂଶ ନୁହେଁ । ରାଜନୀତି କରିବା ପାଇଁ ବିରୋଧୀ ସୁଲଲମାନ ମା’ ମାନଙ୍କ ସ୍ବାଧୀନତାର କଥା ଭୁଲି ଯାଉଛନ୍ତି କହି ପ୍ରଧାନମନ୍ତ୍ରୀ ବରୋଧୀଙ୍କୁ ଟାର୍ଗେଟ କରିଥିଲେ ।

ମଧ୍ୟପ୍ରଦେଶରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ବିଳମ୍ବିତ ଅପରାହ୍ନରେ ଦିଲ୍ଲୀ ଫେରିଯାଇଥିଲେ ପ୍ରଧାନମନ୍ତ୍ରୀ । ସଂଧ୍ୟାରେ ସେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ମଧ୍ୟ କରିବା ସହ ତିନି ସେନାର ଅଧିକାରୀଙ୍କୁ ବିଶିଷ୍ଚ ସେବା ପାଇଁ ସମ୍ମାନିତ କରାଯିବା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ । ସଂସଦୀୟ ପରମ୍ପରା ଅନୁସାରେ, ଅନେକ ସମୟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥାନ୍ତି । ସେ ରାଷ୍ଟ୍ରପତିଙ୍କୁ ଦେଶର ସାମ୍ପ୍ରତିକ ସ୍ଥିତି ନେଇ ଅବଗତ ମଧ୍ୟ କରିଥାନ୍ତି ।