କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟରକୁ ଖରାପ ପାଣିପାଗ ଯୋଗୁ ସିଲଗୁଡ଼ି ନିକଟସ୍ଥ ସେବୋକ ଏୟାରବେସରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଛି । ଏହି ସମୟରେ ମମତାଙ୍କ ଗୋଡ଼ ଓ ଅଣ୍ଟାରେ ଆଘାତ ଲାଗିଛି । ଫଳରେ ତାଙ୍କୁ ଏସଏସକେଏମ ହସ୍ପିଟାଲରେ ନିଆଯାଇଛି । ମମତାଙ୍କୁ ଚାଲିବାରେ ସମସ୍ୟା ହେଉଥିବାବେଳେ ସେ ହ୍ୱିଲଚେୟାର ନେବାକୁ ମନା କରି ଦେଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଜଲପାଇଗୁଡ଼ୀ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ପରେ ବାଗଡ଼ୋଗରା ବିମାନବନ୍ଦର ଯାଉଥିଲେ । ସେହି ସମୟରେ ତାଙ୍କ ହେଲିକପ୍ଟର ବୈକୁଣ୍ଠପୁର ଜଙ୍ଗଲ ଉପରେ ଉଡ଼ାଣ ଭରୁଥିବାବେଳେ ଖରାପ ପାଣିପାଗ କ୍ଷେତ୍ରରେ ପହଞ୍ଚି ଯାଇଥିଲା । ଏହାପରେ ହେଲିପକପ୍ଟରର ଜରୁରୀ ଅବତରଣ କରାଯାଇଥିଲା ।