ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ପିଥୌରାଗଢ଼ର ମୁନସିୟାରୀରେ ଭାରସାମ୍ୟ ହରାଇ ଏକ ବୋଲେରୋ ଗଭୀର ଗାତକୁ ଖସି ପଡ଼ିଛି । ଫଳରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଗମ୍ଭୀର ଭାବେ ଆହତ ହୋଇଥିବା ୨ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାସ୍ତା ଖରାପ ଥିବା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ସୂଚନାନୁଯାୟୀ, ବାଗେଶ୍ୱର ଜିଲ୍ଲାର ସାମାରୁ କିଛି ଲୋକେ ବୋଲେରୋ ଯୋଗେ ହୋକରା ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ଗାଡ଼ିରେ ୧୨ ଜଣ ବସିଥିଲେ । ଗାଡ଼ିଟି ହୋକରା ନଦୀର ପାଖାପାଖି ୫୦୦ ମିଟର ଗଭୀର ଗାତରେ ଖସି ପଡ଼ିଥିଲା । ସୂଚନା ପାଇ ନାଚନୀ ଥାନାର ଥାନାଧିକାରୀ ଚନ୍ଦନ ସିଂହ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏସଡିଆରଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛି ।