ରେଳ ଦୁର୍ଘଟଣା: ୩୯ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାହାନଗା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଓଡ଼ିଶାର ୩୯ ଜଣ ମୃତକଙ୍କ ଚିହ୍ନଟ ହୋଇଛି । ମୃତକଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଉଛି ।

ସୂଚନାଯୋଗ୍ୟ, ୩୯ଜଣ ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ ୧୪, ମୟୁରଭଞ୍ଜରୁ ୯, ଭଦ୍ରକରୁ ୮, କଟକରୁ ୩, ଯାଜପୁର ଓ ଖୋର୍ଦ୍ଧାରୁ ୨ ଲେଖାଏଁ ଓ କେନ୍ଦୁଝରରୁ ଜଣେ ରହିଛନ୍ତି ।