ରେଳ ଦୁର୍ଘଟଣାର ଆରମ୍ଭ ହେଲା ସିବିଆଇ ତଦନ୍ତ

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ଆରମ୍ଭ ହୋଇଛି । ଦିଲ୍ଲୀରୁ ଆସିଥିବା ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରିଛି । ସିବିଆଇ ସହ ସେଣ୍ଟ୍ରାଲ ଫରେନସିକ ଟିମ୍ ମଧ୍ୟ ମହଜୁଦ ରହିଛି । କାହିଁକି ଏତେ ବଡ଼ ଦୁର୍ଘଟଣା ଘଟିଲା ଏବଂ ଏହା ପଛରେ କିଏ ଦାୟୀ ଜାଣିବା ଲାଗି ଦୁର୍ଘଟଣାସ୍ଥଳ ବିଶେଷ କରି ଲୁପ ଲାଇନ ଓ ମେନ ଲାଇନକୁ ଯାଇ ତଦନ୍ତ କରାଯାଇଛି । ସବୁ ଦିଗରୁ ତଦନ୍ତ ହେବା ପରେ ହିଁ ପ୍ରକୃତ ସତ୍ୟାସତ୍ୟା ସାମ୍ନାକୁ ଆସିବ ଜଣେ ବରିଷ୍ଠ ରେଳ ଅଧିକାରୀ କହିଛନ୍ତି ।