ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ମୌସୁମୀ ସାମାନ୍ୟ ରହିବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ପାଖାପାଖି ଜୁନ୍ ୪ରେ ମୌସୁମୀ କେରଳ ଛୁଇଁବ । ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୯୬ ପ୍ରତିଶତ ରହିବାର ସମ୍ଭାବନା ରହିଛି । ଏଥିସହିତ ଆଗାମୀ ୨-୩ ଦିନ ଭାରତରେ ଭଲ ବର୍ଷା ହେବ । ଚଳିତ ବର୍ଷ ସବୁଠୁ ଭଲ ବର୍ଷା ମଧ୍ୟ ହୋଇପାରେ ।
ପାଣିପାଗ ବିଭାଗ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାର୍ଚ୍ଚ-ମେ’ରେ ପ୍ରାକ-ମୌସୁମୀ ଯୋଗୁ ଭଲ ବର୍ଷା ହୋଇଛି । ମାର୍ଚ୍ଚ ୧ରୁ ୨୫ ମଧ୍ୟରେ ୧୨ ପ୍ରତିଶତ ବର୍ଷା ହୋଇଛି । ପ୍ରାକ-ମୌସୁମୀରେ ଖରାର ତାତି କମ୍ ରହିଥିଲା । ଜୁନ୍ ୧ ପୂର୍ବରୁ ମୌସୁମୀ ଆସିବାର ସମ୍ଭାବନା ନାହିଁ ।