ନୂଆଦିଲ୍ଲୀ: ସୁପ୍ରସିଦ୍ଧ ବାଗେଶ୍ୱର ଧାମ ସରକାର ଧୀରେନ୍ଦ୍ର ଭୂଷଣ ଶାସ୍ତ୍ରୀଙ୍କ ସୁରକ୍ଷା ବଢ଼ାଯାଇଛି । ବାଗେଶ୍ୱର ବାବାଙ୍କୁ Y କ୍ୟାଟେଗରୀ ସୁରକ୍ଷା ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ ଏହାକୁ ମଞ୍ଜୁରୀ ମିଳିଯାଇଛି । Y ସିକ୍ୟୁରିଟିରେ ଜଣେ କିମ୍ବା ୨ଜଣ କମାଣ୍ଡୋ ରହିଥାନ୍ତି । ପୁଲିସକର୍ମୀଙ୍କ ସହ ଏହି ସୁରକ୍ଷାରେ ୮ଜଣ ଯବାନ ସାମିଲ ହୋଇଥାନ୍ତି ।
ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ବାଗେଶ୍ୱର ବାବାଙ୍କୁ ହତ୍ୟା ଧମକ ମିଳିଥିଲା । ଅମର ସିଂହ ନାମକ ବ୍ୟକ୍ତି ବାଗେଶ୍ୱର ବାବାଙ୍କ ଦାଦାଙ୍କ ପୁଅକୁ ଧମକପୂର୍ଣ୍ଣ ଫୋନ୍ କରିଥିଲେ । ଏହି ଫୋନ ପରେ ପୁଲିସ ମାମଲା ଦାୟର କରିଥିଲା ।