ଅଦ୍ଭୁତ ହାତରେ ରହିଛି ଭାରତ : ଆମେରିକା ରାଜଦୂତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସ ଆମେରିକା ଗସ୍ତ କରିବେ । ସେଠାରେ ମୋଦୀଙ୍କ ସମ୍ମାନରେ ରାଷ୍ଟ୍ରପତି ଜୋ ବାଇଡେନ ଏକ ଭବ୍ୟ ରାତ୍ରି ଭୋଜନର ଆୟୋଜନ ମଧ୍ୟ କରିଛନ୍ତି । ଏହି ଗସ୍ତରେ ଉଭୟ ଦେଶଙ୍କ ସମ୍ବନ୍ଧ ଆହୁରି ଗଭୀର ହେବାର ସମ୍ଭାବନା ରହିଛି । ଏହାପୂର୍ବରୁ ଆମେରିକା ରାଜଦୂତ ଏରିକ ଗାର୍ସୋଟୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଏରିକ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଭାରତ ବର୍ତ୍ତମାନ ସମୟରେ ଏକ ଅଦ୍ଭୁତ ହାତରେ ରହିଛି ।

ଭାରତ-ଆମେରିକା ୫ଜି ଓ ନେକ୍ସଟ ଜେନେରେସନ ନେଟୱାର୍କ ୱାର୍କସପ ଉଦଘାଟନ ସମାରୋହରେ କହିଛନ୍ତି ଯେ, ଭାରତ ଓ ଆମେରିକା ସଫଳ ଉଦ୍ୟୋଗୀଙ୍କ ସହ ନିଜ ସହଯୋଗ ବଢ଼ାଉଛି । ଉଭୟ ଦେଶର ସମ୍ବନ୍ଧ ଏମିତି ସ୍ଥିତିରେ ଅଛି ଯାହାକୁ ଦେଖି ବିଶ୍ୱର ସବୁଠୁ ରୋମାଞ୍ଚକ ମହାମେଣ୍ଟ କୁହାଯାଇ ପାରିବ ।