ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ଆଉ ୨ଟି ନୂଆ ରେଳ ପ୍ରକଳ୍ପ ମିଳିଛି । ଏଥିରେ ବରଗଡ଼ରୁ ନୂଆପଡ଼ା ଏବଂ ଅନୁଗୁଳରୁ ତାଳଚେର ପାଇଁ ନୂଆ ୱାଇ କନେକ୍ସନ ଲାଇନ ସାମିଲ ରହିଛି । ଏନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବଜ୍ଞପ୍ତି ଜାରି କରାଯାଇଛି ।
ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ସମୟରେ ବରଗଡ଼-ନୂଆପଡ଼ା ରେଳ ଲାଇନକୁ ନେଇ ପ୍ରସଙ୍ଗ ଉଠିଥିଲା । କିଛିଦିନ ପୂର୍ବରୁ ସଡ଼କ ଓ ପରିବନ ମନ୍ତ୍ରୀ ଟୁକୁନି ସାହୁ ପଦ୍ମପୁର ଦେଇ ବରଗଡ଼-ନୂଆପଡ଼ା ରେଳ ଲାଇନ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । ଗତ ବର୍ଷ ନଭେମ୍ବର ୨୧ ତାରିଖରେ ଏକ ଚିଠି ମାଧ୍ୟମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଉତ୍ତର ରଖିଥିଲେ । ଓଡ଼ିଶା ସରକାରଙ୍କ ଆବେଦନକ୍ରମେ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ଅନୁମୋଦନ ହୋଇଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।