ତ୍ରୟମ୍ବକେଶ୍ୱର ମନ୍ଦିରରେ ମୁସଲମାନ ସମ୍ପ୍ରଦାୟର ଚାଦର ଚଢ଼ାଇବାକୁ ଚେଷ୍ଟା

ମହାରାଷ୍ଟ୍ର: ମହାରାଷ୍ଟ୍ରର ନାସିକସ୍ଥିତ ତ୍ରୟମ୍ବକେଶ୍ୱର ମନ୍ଦିରରେ ମୁସଲମାନ ସମ୍ପ୍ରଦାୟର ଏକ ଗ୍ରୁପ ମୂର୍ତ୍ତି ଉପରେ ଚାଦର ଚଢ଼ାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସୁରକ୍ଷାକର୍ମୀ ସେମାନଙ୍କୁ ରୋକିବାରେ ସଫଳ ହୋଇଥିଲେ । ଏହି ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ହିନ୍ଦୁ ସଂଗଠନ ପକ୍ଷରୁ ମନ୍ଦିରର ଶୁଦ୍ଧିକରଣ କରାଯାଇଛି ଏବଂ ନୂଆ ବୋର୍ଡ ମଧ୍ୟ ଲଗାଯାଇଛି ।

ସୂଚନାଯୋଗ୍ୟ, ଏଫଆଇଆର ମୁତାବକ ୧୩ ତାରିଖ ସଂଧ୍ୟାରେ ଏହି ଘଟଣା ଘଟିଥିଲା । ମନ୍ଦିର ଟ୍ରଷ୍ଟ ତରଫରୁ ତ୍ରୟମ୍ବକେଶ୍ୱର ପୁଲିସ ଷ୍ଟେସନରେ ଏକ ଅଭିଯୋଗ ଦାୟର ହୋଇଥିଲା ।