ଜୁନ୍ ୪ରେ କେରଳ ଛୁଇଁବ ମୌସୁମୀ

କଟକ,ଏନ୍‌ଏନ୍‌ଏସ୍‌: ମୌସୁମୀ ବାୟୁ ଜୁନ୍ ୪ ସୁଦ୍ଧା କେରଳ ଛୁଇଁବାର ସମ୍ଭାବନା ରହିଛି । ଜୁନ୍ ୧ ବଦଳରେ ସାମାନ୍ୟ ବଳିମ୍ବରେ ଛୁଇଁବ ବୋଲି ଜଣାପଡ଼ିଛି । ଏନେଇ ପାଣିପାଗ ବିଭାଗ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି । କେରଳ ଛୁଇଁବାର ପ୍ରାୟ ୧ ସପ୍ତାହ ପରେ ମୌସୁମୀ ଓଡ଼ିଶା ଆସିଥାଏ ।