ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫଦାରୀକୁ ଅବୈଧ ଦର୍ଶାଇବା ସହ ଯଥାଶୀଘ୍ର ତାଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି । ଇମ୍ରାନଙ୍କୁ ଆସନ୍ତାକାଲି ଇସଲାମାବାଦ ହାଇକୋର୍ଟରେ ହାଜର କରିବାକୁ କୁହାଯାଇଛି । ଏହାସହ ପାକିସ୍ତାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହାଇକୋର୍ଟ ଫଇସଲା ପାଳନ କରିବାକୁ ଇମ୍ରାନଙ୍କୁ ଆଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଇମ୍ରାନ ଖାନ୍ କହିଛନ୍ତି ଯେ, ମୋତେ ବାଡ଼ିରେ ମାରାଯାଇଛି । ମୋ ସହ ଏମିତି କାହିଁକି ହେଲା ମୁଁ ବୁଝିପାରୁନି । ମୋତେ କୋର୍ଟ ରୁମରୁ ଅପହରଣ କରାଗଲା । ମୁଁ ୱାରେଣ୍ଟ ମାଗିଲି, କିନ୍ତୁ ମୋତେ ଦେଖାଇଲେନି ।