ନିଜ ଭାଷାରେ ଦେଖିପାରିବେ ସୁପ୍ରିମକୋର୍ଟର ଲାଇଭ ଷ୍ଟ୍ରିମିଂ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଲାଇଭ କାର୍ଯ୍ୟାନୁଷ୍ଠାନ ଲୋକେ ଖୁବଶୀଘ୍ର ନିଜ ଭାଷାରେ ଦେଖିପାରିବେ । ଏନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡୀବାଇ ଚନ୍ଦ୍ରଚୂଡ଼ ଘୋଷଣା କରିଛନ୍ତି । ଏହାସହ ଇଂରାଜୀରେ ପ୍ରସାରିତ ହେଉଥିବା ଯୁକ୍ତିତର୍କର ଅନୁବାଦ ମଧ୍ୟ ଭାରତୀୟ ଭାଷାରେ ଉପଲବ୍ଧ କରାଇବାକୁ ଚେଷ୍ଟା କରାଯାଉଛି । ଏହାସହ ଜଡ଼ିତ ଟେକନିକ ଉପରେ କାମ ଚାଲିଥିବା ନେଇ ସୂଚନା ମିଳିଛି ।