ସିସୋଦିଆଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ଚାର୍ଜସିଟ ଦାଖଲ କରିଛି। ଏଥିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଅଭିଯୁକ୍ତ କରାଯାଇଛି । ଅବକାରୀ ନୀତି ମାମଲାରେ ସିସୋଦିଆ ୨୯ତମ ଅଭିଯୁକ୍ତ ହୋଇଥିବା ଜଣାପଡ଼ିଛି ।

ଇଡି ମନିଷ ସିସୋଦିଆଙ୍କ ବିରୋଧରେ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ପାଖାପାଖି ଅଢ଼େଇ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଏହି ମାମଲାରେ ସିବିଆଇ ମଧ୍ୟ ସିସୋଦିଆଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିସାରିଛି । ସିସୋଦିଆଙ୍କୁ ଅବକାରୀ ନୀତି ମାମଲାରେ ଇଡି ମାର୍ଚ୍ଚ ୯ରେ ଗିରଫ କରିଥିଲା । ଏହାପୂର୍ବରୁ ସିବିଆଇ ଦୀର୍ଘ ସମୟ ଜେରା କରିବା ପରେ ଫେବୃଆରୀ ୨୬ରେ ଗିରଫ କରିଥିଲା ।