ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ଭାରତୀୟ କୁସ୍ତିଯୋଦ୍ଧା ଧାରଣା ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆପ୍ କ୍ୟାବିନେଟ ମନ୍ତ୍ରୀ ଆତିଶୀ ଓ ସୌରଭ ଭାରଦ୍ୱାଜ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଜନ୍ତର ମନ୍ତର ପହଞ୍ଚିଛନ୍ତି । ଏନେଇ ଆପ୍ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି ।
କ୍ୟାବିନେଟ ମନ୍ତ୍ରୀ ଆତିଶୀ କହିଛନ୍ତି ଯେ, କେନ୍ଦ୍ର ପ୍ରତିନିଧି ମେଡାଲ ଆଣିଥିବା ଖେଳାଳିଙ୍କ ସହ ଯୌନ ଶୋଷଣ କରୁଛି । ଖେଳମନ୍ତ୍ରୀ ଅନୁରାଗ ଠାକୁର ଖେଳାଳିଙ୍କୁ ଅନୁଶାସନହୀନ କହୁଛନ୍ତି, ସେ ଆଞ୍ଜୁଳେ ପାଣିରେ ଡୁବିକି ମରିଯିବା କଥା । ପିଏମ ବଳାତ୍କାରୀଙ୍କ ସହ ଛିଡ଼ା ହେବା ବନ୍ଦ କରନ୍ତୁ, ଆପଣଙ୍କ ଶାସନରେ ଜଣେ ବି ଝିଅ ସୁରକ୍ଷିତ ନୁହେଁ । ଯେପର୍ଯ୍ୟନ୍ତ ନ୍ୟାୟ ପାଇଁ ଖେଳାଳୀଙ୍କ ଆନ୍ଦୋଳନ ଜାରି ରହିବ ସେପର୍ଯ୍ୟନ୍ତ ଆପ୍ ଖେଳାଳିଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହେବ । ଦିଲ୍ଲୀ ସରକାର ଖେଳାଳିଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିବା ସହ ସମସ୍ୟା ଦୂର କରିବ ।