ବେଙ୍ଗାଲୁରୁ,ଏଜେନ୍ସି: ଏପ୍ରିଲ୍ ୧ ତାରିଖ ଦିନ ବେଙ୍ଗାଲୁରୁରେ ଓଡ଼ିଆ ସେବା ସମିତି ବେଙ୍ଗାଲୁରୁ ତରଫରୁ ମହାଆଡମ୍ବର ସହିତ ଉତ୍କଳ ଦିବସ ପାଳନ ହୋଇଯାଇଛି। ଓଡ଼ିଶାରୁ ସଙ୍ଗୀତ ନାଟକ ଏକାଡେମୀ ଓ ପଦ୍ମଶ୍ରୀ ଉପାଧିରେ ବିଭୂଷିତ ଉତ୍ସବ ଚରଣ ଦାଶ, ଭି. ରବିଚନ୍ଦ୍ରନ, ଡ଼ଃ ଓଁକାର ହୋତା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପବିତ୍ର ମୋହନ ଦାଶ କର୍ଣ୍ଣାଟକରୁ, ଡ଼ଃ ଚନ୍ଦ୍ରଶେଖର , ଇନ୍ଦ୍ର କୁମାର, ପିଜେ ଆନ୍ଥୋନି ସ୍ୱାମୀ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଅନେକ ବିଶିଷ୍ଟ ଓଡ଼ିଆ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ। ଅନୁଷ୍ଠାନରର ସଭାପତି ଶ୍ରୀ ଆଦିତ୍ୟ କୁମାର ପାଢୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସୁଶ୍ରୀ ଆଦ୍ୟଶ୍ରୀଙ୍କ ଦ୍ଵାରା ସଂଚାଳିତ ହୋଇଥିଲା।
ନ୍ୟାୟାଧୀଶ ଜୟ ପ୍ରକାଶ ଉଦ୍ଗାତା, ଶୁଭା ରାଜଶେଖର, ରାକେଶ ମଲ୍ଲିକ, ସୁର୍ଯ୍ୟ ପ୍ରକାଶ ମହାପାତ୍ର, ଅବନ୍ତି ମଲ୍ଲିକ, ବିଷ୍ଣୁପ୍ରିୟା ମିଶ୍ର, ପ୍ରକାଶ ମଲ୍ଲ, ଧୀରେନ୍ଦ୍ର ଧଳ, ଦତ୍ତହରି ମାଝୀ, ତାପସ ରାଜ୍ ମହାରଣା, ପାର୍ଥ ସାରଥୀ ଦାଶ, ଜୟ ଚନ୍ଦ୍ର ମୁନି, ସୁନୀଲ ଭାଈ, ବସନ୍ତ ରାଉଳ, ପ୍ରଶାନ୍ତ ବଳ, ଶାଶ୍ୱତ ବରାଳ, ଅରୁଣ ରାଉତରାୟ, ଅଜୟ ନାୟକ, ସୁନୀଲ ମଲ୍ଲିକ, ସତ୍ୟବ୍ରତ ମିଶ୍ର, ବ୍ରଜକିଶୋର ପ୍ରଧାନ, ସର୍ବେଶ୍ୱର ସାହୁଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗଦେଇଥିଲେ। ଏହି ଅବସରରେ ଅନୁରୂପା ସିଂଙ୍କର ପୁସ୍ତକ ଆକାଶଦୀପ ଉନ୍ମୋଚନ କରାଯାଇଥିଲା। କୁନିକୁନି ପିଲା ମାନଙ୍କର ସୁନ୍ଦର ଓଡିଶୀ ଓ ସମ୍ବଲପୁରୀ ଠାରୁ ଆରମ୍ଭ କରି ନୃତ୍ୟ ପରିବେଷଣ ଓ ମୁଖ୍ୟଧାରାର ଅନେକ କଣ୍ଠଶିଳ୍ପୀ ମଧ୍ୟ କାର୍ଯ୍ୟକ୍ରମର ମାନ ତ୍ବରାନ୍ବିତ କରିଥିଲେ।
ଏହି ଅବସରରେ ଅନେକ କୁନି କୁନି ମେଧାବୀ ଛାତ୍ର ଛାତ୍ରୀ, ଚିତ୍ରକର ଓ କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଗାମୀ ବର୍ଷ ଗୁଡ଼ିକରେ ଅନୁଷ୍ଠାନ ତରଫରୁ ଅନେକ ସାମାଜିକ କାର୍ଯ୍ୟକ୍ରମ କରାଯିବ ବୋଲି ମନୋଜ କୁମାର ଜେନା, ବିଶ୍ୱରଞ୍ଜନ ଗୋସ୍ୱାମୀ, ଟୁକୁ ପୋଲାଇ, ସୁରେଶ ନାୟକ, ଶାନ୍ତନୁ ଭାଈ, ହେମନ୍ତ ଭାଈ, ପାର୍ଥ ସାରଥୀ ମିଶ୍ର, ପବିତ୍ର ପଟ୍ଟନାୟକ, ବିଭୁ ବଳ, ଲୋକେଶ୍ୱର ଦାନୀ, ବିଭୁ ଦତ୍ତ, ଦେବେନ୍ଦ୍ର ଭାଈ ପ୍ରମୁଖ ଅନୁଷ୍ଠାନର ଉଦ୍ୟୋକ୍ତା ମାନେ ପ୍ରକାଶ କରିଛନ୍ତି।