ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଉପନିର୍ବାଚନ ନେଇ ବିଜେଡି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସଂଗଠନ ସମ୍ପାଦକ, ଝାରସୁଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ ଓ ନବ ଦାସଙ୍କ ପୁଅ ବିଶାଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକ ପରେ ରାଉରକେଲା ବିଧାୟକ ତଥା ଝାରସୁଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ ସାରଦା ନାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ଉପନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଖୁବଶୀଘ୍ର କମିଟି ଗଠନ କରିବ । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଗୁରୁ ଦାୟିତ୍ୱ ମିଳିବ । ଝାରସୁଗୁଡ଼ା ଉପନିର୍ବାଚନରେ ୨୦୨୪ ନେଇ ଜନତାଙ୍କ ମତାମତ ପ୍ରତିଫଳିତ ହେବ । ରେକର୍ଡ ସଂଖ୍ୟକ ଭୋଟରେ ବିଜେଡି ଜିତିବ ।