ଗୁଜରାଟ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରନେମ ମାମଲାରେ ତଳ କୋର୍ଟର ରାୟକୁ ସୁରତ ସେସନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଉକ୍ତ ମାମଲାରେ ସୁରତ କୋର୍ଟ ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଗାମୀ ଶୁଣାଣୀ ଏପ୍ରିଲ ୧୩ ତାରିଖରେ ହେବ । ରାହୁଲ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଆଜି ସୁରତ କୋର୍ଟ ପହଞ୍ଚିଥିଲେ ।
ସୁରତର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଏଚଏମ ବର୍ମାଙ୍କ କୋର୍ଟ ମୋଦୀ ସରନେମ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମାର୍ଚ୍ଚ ୨୩ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହିତ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜୋରିମାନା ଲଗାଇଥିଲେ। ପରେ ରାହୁଲଙ୍କ ସାଂସଦ ସଦସ୍ୟତା ପଦ ରଦ୍ଦ ନେଇ ମଧ୍ୟ ଲୋକସଭା ସଚିବାଳୟ ବିଜ୍ଞପ୍ତି ଜାରି କରିଥିଲେ ।