ନୂଆଦିଲ୍ଲୀ: ଗ୍ଲୋବାଲ ଲିଡର ଆପ୍ରୁଭାଲ ଲ ରେଟିଂରେ ବିଶ୍ୱର ୨୧ ନେତାଙ୍କୁ ପଛରେ ପକାଇ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀର୍ଷରେ ରହିଛନ୍ତି । ବିଶ୍ୱର ନେତାଙ୍କ ମଧ୍ୟରେ ସବୁଠୁ ଅଧିକ ଭଲ କାମ କରିଥିବା ରାଜନୀତିଜ୍ଞଙ୍କ ରୂପେ ମୋଦୀଙ୍କୁ ସର୍ବାଧିକ ପସନ୍ଦ କରାଯାଇଛି । ମୋଦୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ମେକ୍ସିକୋ ରାଷ୍ଟ୍ରପତି ଏନ୍ଦ୍ରେସ ମେନୁଏଲ ଲୋପ୍ରେଜ ଅବ୍ରୋଦର ଓ ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲବନୀଜ ରହିଛନ୍ତି । ଏହି ରେଟିଂ ମାର୍ଚ୍ଚ ଶେଷ ତାରିଖର ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗ୍ଲୋବାଲ ଲିଡର ଆପ୍ରୁଭାଲ ଲ ରେଟିଂରେ ମାର୍ଚ୍ଚ ୨୨ରୁ ୨୮ ପର୍ଯ୍ୟନ୍ତ ରେଟିଂରେ ମୋଦୀଙ୍କୁ ୭୬ ପ୍ରତିଶତ ଲୋକ ଭଲ ରାଜନୀତିଜ୍ଞ ରୂପେ ସ୍ୱୀକୃତି ପ୍ରଦାନ କରିଛନ୍ତି । ୧୦୦ ପ୍ରତିଶତ ଲୋକଙ୍କ ମଧ୍ୟରୁ ୫ ପ୍ରତିଶତ ମୋଦୀଙ୍କ ସମ୍ପର୍କରେ କୌଣସି ରାୟ ଦେଇନାହାନ୍ତି । ଅନ୍ୟପଟେ ୧୯ ପ୍ରତିଶତ ମୋଦୀଙ୍କୁ ସ୍ୱୀକୃତି ପ୍ରଦାନ କରିନାହାନ୍ତି ।