Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଧର୍ମେନ୍ଦ୍ରଙ୍କ ପରେ ଭର୍ତ୍ତୃହରିଙ୍କୁ ପ୍ରଶଂସାରେ ପୋତିଲେ ଜୟନାରାୟଣ ଓ ମୋକିମ୍‌ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଧର୍ମେନ୍ଦ୍ରଙ୍କ ପରେ ଭର୍ତ୍ତୃହରିଙ୍କୁ ପ୍ରଶଂସାରେ ପୋତିଲେ ଜୟନାରାୟଣ ଓ ମୋକିମ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଏବଂ ତା’ପରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ଜଣେ ପରେ ଜଣେ ବିରୋଧୀ ନେତା ବିଜେଡିର କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରଶଂସାରେ ପୋତିପକାଇଛନ୍ତି । ସମସ୍ତଙ୍କର ଭାଷା ପ୍ରାୟ ସମାନ ଥିଲା । ସମସ୍ତେ ତାଙ୍କୁ ଜଣେ ଦକ୍ଷ ଓ ଜ୍ଞାନୀ ଗୁଣୀ ନେତା ବୋଲି କହିଥିଲେ । ଏହାକୁ ନେଇ ବିଧାନସଭା ବାହାରେ ରୋଚକ ସ୍ଥିତି ଉପୁଜିଥିଲା ।

ବୁଧବାର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଭର୍ତ୍ତୃହରିଙ୍କ ସମ୍ପର୍କରେ କହିଥିଲେ, ସେ ବିଜେଡିର ସାଂସଦ । ମୁଁ କଟକର ବିଧାୟକ ଭାବରେ ଯେତିକି ଜାଣିଛି, ଭର୍ତ୍ତୃହରି ବାବୁ ଜଣେ ଜ୍ଞାନୀ ଲୋକ । ସେ ୬ ବର୍ଷ ଧରି କଟକକୁ ପ୍ରତିନିଧିତ୍ୱ କରିଆସୁଛନ୍ତି । ଏହାସହ ଉଚ୍ଚ ପଦ ପଦବୀରେ ରହି ଦିଲ୍ଲୀରେ କାମ କରୁଛନ୍ତି । ଆମର ଏକ ଅଭ୍ୟାସ କିଏ ଯଦି ଉପରକୁ ଉଠିବାକୁ ଚେଷ୍ଟା କରେ, କିଛି ତାକୁ ତଳକୁ ଟାଣିବାକୁ ଚେଷ୍ଟା କରନ୍ତି । ଯାହା କି ରାଜନୀତି ଓ ସମାଜିକ କ୍ଷେତ୍ରରେ ଶୋଭାପାଉନାହିଁ । ଧର୍ମେନ୍ଦ୍ରଙ୍କ ପ୍ରଶଂସା ସମ୍ପର୍କରେ ମୋକିମ୍ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଜଣେ ଜ୍ଞାନୀ ଲୋକ । ସେ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବାରେ ଅସୁବିଧା ନାହିଁ । ଯେଉଁମାନେ ଏହାକୁ ସହିପାରୁ ନାହାନ୍ତି ସେମାନେ ବିରୋଧ କରିବେ । ସେ ଦଳ ପାଇଁ କେବେ ଅଡ଼ୁଆ ନଥିଲେ କି ରହିବେ ନାହିଁ । କାରଣ ସେ ୬ଥର ସାଂସଦ ରହିଛନ୍ତି ବୋଲି ମୋକିମ୍ ମତ ରଖିଛନ୍ତି । ତେବେ ଆପଣ ବିଜେପି ଆଡ଼େ ମୁହାଁଇଛନ୍ତି କି ବୋଲି ପ୍ରଶ୍ନରେ ମୋକିମ କହିଥିଲେ, ଏବେ ବି ମୁଁ କଂଗ୍ରେସରେ ଅଛି, ରହିବି । ଗତ ଦୁଇବର୍ଷ ଧରି ମୋତେ ନେଇ ଚର୍ଚ୍ଚା ଚାଲିଛି । ତେଣୁ ସେଥିରେ ବ୍ୟସ୍ତ ହେଲେ ହେବନି ।

ସେହିଭଳି ଭର୍ତ୍ତୃହରିଙ୍କୁ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ପ୍ରଶଂସା କରିଥିଲେ । ସେ କହିଥିଲେ, ଭର୍ତ୍ତୃହରି ଜଣେ ଦକ୍ଷ ନେତା । ଲୋକସଭାରେ ତାଙ୍କ ପରଫରମାନ୍ସ ବହୁତ ଭଲ । ତାଙ୍କୁ ସଂସଦରେ ଉପବାଚସ୍ପତି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଚାହୁଁଥିଲେ । ହେଲେ ତାଙ୍କ ଦଳରୁ ବିରୋଧ ଯୋଗୁଁ ତାହା ସମ୍ଭବ ହେଲା ନାହିଁ । ତେଣୁ ସେ ଗୁରୁତ୍ୱପୂର୍ଣ୍ଣ ପଦ ପାଇଲେ ନାହିଁ । ତେବେ ଭର୍ତ୍ତୃହରିଙ୍କ ପ୍ରସଙ୍ଗରେ ଜବାବ ରଖିଛନ୍ତି ବିଜେଡି ବିଧାୟକ ଭାଗିରଥୀ ସେଠୀ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ତ୍ତୃହରିଙ୍କ ସୁସଂପର୍କ ରହିଛି । ତେବେ ଭର୍ତ୍ତୃହରି ଏନେଇ କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

ମଙ୍ଗଳବାର ଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଭର୍ତ୍ତୃହରିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁକ୍ତ ପ୍ରଶଂସା ଓ ବୁଧବାର ତାଙ୍କ ପ୍ରତି ବିରୋଧୀଦଳ ନେତାଙ୍କ ସମାନ ଆଭିମୁଖ୍ୟକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭହୋଇଛି । ଧର୍ମେନ୍ଦ୍ର ତାଙ୍କ ବକ୍ତବ୍ୟରେ ଭର୍ତ୍ତୃହରିଙ୍କୁ ଭୀଷ୍ମ ପିତାମହ, ତାଙ୍କୁ ପ୍ରଧାନମନ୍ତ୍ରୀ ଆଦର କରନ୍ତି ଆଦି କହିଥିଲେ । ତେବେ ନିଜ ଭାଷଣରେ ଭର୍ତ୍ତୃହରି ସିଧାସଳଖ କିଛି କହିନଥିଲେ ବି କେବଳ କହିଥିଲେ ଯେ ସେଦିନ ଗାନ୍ଧିଜୀ ଓଡ଼ିଶାରୁ ଭୟଦୂର କରିବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଭୟ ବିଷୟରେ ତାଙ୍କ ବକ୍ତବ୍ୟରେ କହିଛନ୍ତି । କାଳେ ମୋର ଅସୁବିଧା ହେବ ସେଥିପାଇଁ ସେ ଅନେକ କଥା କହିଲେ ନାହିଁ ।