Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରାଥମିକ ଶିକ୍ଷକ ସଂଘର ଚେତାବନୀ: ବିନା ୟୁନିଫର୍ମରେ ବିଦ୍ୟାଳୟ ଯିବୁ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରାଥମିକ ଶିକ୍ଷକ ସଂଘର ଚେତାବନୀ: ବିନା ୟୁନିଫର୍ମରେ ବିଦ୍ୟାଳୟ ଯିବୁ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଏଣିକି ବିନା ୟୁନିଫର୍ମରେ ପ୍ରାଥମିକ ଶିକ୍ଷକ,ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ଶିକ୍ଷାଦାନ କରିବେ । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସଣ୍ଡଳୀ ସଦସ୍ୟ ବ୍ରହ୍ମାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଶ୍ରୀ ମହାରଣା କହିଛନ୍ତି ଯେ ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ଦାବି ପୂରଣ କରିବାକୁ ସରକାର ୩ମାସ ସମୟ ନେବା ପରେ ବି ନ୍ୟାୟ ମିଳିପାରିଲା ନାହିଁ । ତେଣୁ ଏଣିକି ସଂଘ କୌଣସି ସହଯୋଗ କରିବ ନାହିଁ । ତେବେ ସଂଘକୁ ଆନ୍ଦୋଳନ କରିବାକୁ ଅନୁମତି ନମିଳିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟରେ ଆଲୋଚନା ହୋଇଛି । ବିଧାନସଭାର ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଶିକ୍ଷକ ସଂଘ ପକ୍ଷରୁ ୧୧ ଜଣିଆ ପ୍ରତିନିଧି ଦଳ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି ।

ଏହି ଆଲୋଚନାକୁ ନେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ଶିକ୍ଷକମାନଙ୍କ ସହ ଆଲୋଚନା ହେଲା, ପୂର୍ବରୁ ହାଇ ଲେବଲ କମିଟି ସହ ସେମାନଙ୍କ ଆଲୋଚନା ହୋଇଥିଲା । ସେମାନଙ୍କ ଦାବି ଉକ୍ତ କମିଟିକୁ ପଠାଇ ଦିଆଯିବ । ସେମାନଙ୍କ ଦାବି ନେଇ ଆଲୋଚନା ଜାରି ରହିଛି, ବିଭିନ୍ନ ପର୍ଯ୍ୟାୟରେ ଆହୁରି ଆଲୋଚନା ହେବ । ଆଲୋଚନା ମାଧ୍ୟମରେ ସେମାନଙ୍କର ଦାବି ବିଷୟରେ ସମାଧାନ ହେବ । ତେବେ ସଂଘର ପ୍ରମୁଖ ଦାବି ହେଉଛି, ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ବାତିଲ, କନିଷ୍ଠ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି, ୬ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରିବା ଏବଂ ପ୍ରାଥମିକ ଶିକ୍ଷକକଙ୍କୁ କେନ୍ଦ୍ରୀୟହାରରେ ଦରମା ପ୍ରଦାନ କରିବା ସହ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସେମାନଙ୍କର ୟୁନିଫର୍ମ ପାଇଁ ଭତ୍ତା ଦେବା । ଏପରିକି ଦାବି ପୂରଣ ନହେଲେ ଶିକ୍ଷକମାନେ ଗୁରୁବାରଠାରୁ ୟୁନିଫର୍ମ ବର୍ଜନ କରିବେ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଶ୍ରୀ ମହାରଣା କହିଛନ୍ତି ।

ତେବେ ଆମେ ଆମ ନିଜ ପଇସାରେ ୟୁନିଫର୍ମ କରିଛୁ, ସେ ଏନେଇ ସରକାର ଭତ୍ତା ଦିଅନ୍ତୁ । ଯେହେତୁ ଭତ୍ତାକୁ ନେଇ ସରକାର ରାଜିନାହାନ୍ତି, ତେଣୁ ଆମେ ୟୁନିଫର୍ମ ବର୍ଜନ କରିବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ସଂଖ୍ୟା ଲକ୍ଷେ ୨୦ହଜାର । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜେଶ ମହାନ୍ତି, ସଶାନ୍ତ କୁମାର ବେହେରା, ବିଭୁ ପ୍ରସାଦ ସାହୁ ଏବଂ ବଙ୍କିମ ସାଗର ପ୍ରମୁଖ ୧୧ଜଣ ସଦସ୍ୟ ଉପସ୍ଥିତ ରହିଥିଲେ ।