Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଭାରତର ଚିତାକର୍ଷକ ବିଜୟ, ୫-୪ ଗୋଲରେ କଙ୍ଗାରୁ ଦଳକୁ ହରାଇଲା ଟିମ ଇଣ୍ଡିଆ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଭାରତର ଚିତାକର୍ଷକ ବିଜୟ, ୫-୪ ଗୋଲରେ କଙ୍ଗାରୁ ଦଳକୁ ହରାଇଲା ଟିମ ଇଣ୍ଡିଆ

ରାଉରକେଲା,ଏନ୍‌ଏନ୍ଏସ୍: ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ହରମନପ୍ରୀତଙ୍କ ଧୂଆଁଧାର ପ୍ରଦର୍ଶନ । ଆଟାକିଂ କିଙ୍ଗ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଏମର୍ଜିଙ୍ଗ ଭାରତୀୟ ହକି ଟିମ୍‌ । ୫-୪ ଗୋଲରେ ଅଷ୍ଟ୍ରେଲିଆକୁ ଧୂଳି ଚଟେଇଲା ଭାରତ । ଧୂଆଁଧାର ପ୍ରଦର୍ଶନ କରି ଜର୍ମାନୀକୁ ହରାଇବା ପରେ ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ଭାରତୀୟ ହକି ଦଳ ।

ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଉଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ନିଜ ଫର୍ମର ଟପ୍‌କୁ ଫେରିଲେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ । ପେନାଲ୍‌ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତୀୟ ଦଳକୁ ଦେଲେ ବିଜୟ ଉପହାର । ଅଷ୍ଟ୍ରେଲିଆ ଠାରୁ ୫-୪ ଗୋଲରେ ଜିତିଛି ଭାରତୀୟ ହକି ଦଳ । ରାଉରକେଲାରେ ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଆଜି ପ୍ରୋ ଲିଗରେ ଦ୍ବିତୀୟ ବିଜୟ ଲାଭ କରିଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା ଧୂଆଁଧାର ଟକ୍କର । ରୋମାଞ୍ଚକର ପରିସ୍ଥିତିରେ ଜିତିଲା ଭାରତ । ଆଜିର ମ୍ୟାଚରେ ପ୍ରଥମ ହାଫରେ ପ୍ରଥମେ ଅଷ୍ଟ୍ରେଲିଆ ଦଳ ଗୋଲ କରିଥିଲା । କିଛି ସମୟ ପାଇଁ ଭାରତୀୟ ହକି ଦଳ ବ୍ୟାକ ଫୁଟରେ ରହିଥିଲା । କିନ୍ତୁ ଠିକ ପ୍ରଥମ ହାଫ ଶେଷ ବେଳକୁ ପେନାଲ୍‌ଟି କର୍ଣ୍ଣର ହାତେଇଥିଲା ଭାରତ । ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ପେନାଲ୍‌ଟି କିଙ୍ଗ ହରମନପ୍ରୀତ ନିଜର ଜଲୱା ଦେଖାଇଥିଲେ ଏବଂ ଲଗାତାର ଭାବରେ ଦୁଇଟି ଗୋଲ୍‌ କରିଥିଲା ଭାରତ ।

ପ୍ରଥମ ହାଫ ଶେଷ ବେଳକୁ ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା । ଦ୍ବିତୀୟ କ୍ଵାର୍ଟରରେ ମଧ୍ୟ ସଠିକ ମୁହୂର୍ତ୍ତରେ ପେନାଲ୍‌ଟିକୁ ଗୋଲରେ ପରିଣତ କରିଥିଲେ ଯୋଗରାଜ ସିଂହ । ଭାରତୀୟ ହକି ଦଳକୁ ଆଗୁଆ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ଯୋଗରାଜ । ଦ୍ବିତୀୟ କ୍ବାର୍ଟରରେ ଭାରତୀୟ ଦଳ ପକ୍ଷରୁ ପୁଣି ଏକ ଫିଲ୍ଡ ଗୋଲ କରିବାରେ କର୍ଥୀ ସେଲ୍‌ଭମ ସକ୍ଷମ ହୋଇଥିଲେ । ଯେଉଁଥିପାଇଁ ଦ୍ବିତୀୟ କ୍ବାର୍ଟରରେ ଭାରତୀୟ ହକି ଦଳ ୪-୧ ଗୋଲରେ ଆଗୁଆ ରହିଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ହକି ଦଳ ଭାରତକୁ କଡା ଟକ୍କର ଦେବାକୁ ଚେଷ୍ଟା କରିଥିଲା ଏବଂ ଏଥିରେ ସଫଳ ମଧ୍ୟ ହୋଇଥିଲା । ଭାରତୀୟ ହକି ଦଳ ପ୍ରଥମରୁ ଆଟାକିଂ ଗେମ ପ୍ରଦର୍ଶନ କରିଥିଲା । ତୃତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆର ଦମଦାର ଡିଫେନ୍ସ ଏବଂ ଆଟାକ ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆ ପେନାଲ୍‌ଟି କର୍ଣ୍ଣର ତିଆରି କରିବାରେ ସଫଳ ହୋଇଥିଲା । କିନ୍ତୁ ଭାରତୀୟ ଡିଫେନ୍ସକୁ ଭେଦ କରିବାରେ ଅସଫଳ ରହିଥିଲା କଙ୍ଗାରୁ ଦଳ ।

ତୃତୀୟ କ୍ବାର୍ଟରରେ ଭାରତୀୟ ଦଳ ନିଜର ସ୍ଥିତିକୁ ଆଗୁଆ ରଖିବାରେ ସଫଳ ହୋଇଥିଲା । ଚତୁର୍ଥ କ୍ବାର୍ଟରରେ ପୁଣି ଆଉ ଦୁଇଟି ପେନାଲ୍‌ଟି ଗୋଲ କରିଥିଲା ଅଷ୍ଟ୍ରେଲିଆ । ଚତୁର୍ଥ କ୍ବାର୍ଟରରେ ଗୋଲ କରିବା ଯୋଗୁଁ ଅଷ୍ଟ୍ରେଲିଆ ଦଳ ମୋଟ ୩ ଗୋଲ୍‌ କରିଥିଲା ଏବଂ ଭାରତୀୟ ହକି ଦଳକୁ ଟକ୍କର ଦେବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତ ଏହାକୁ ଟ୍ୟାକେଲ କରି ନେଇଥିଲା । ଅଷ୍ଟ୍ରେଲିଆର ଅଟାକକୁ ରୋକିବାରେ ଇଣ୍ଡିଆ ଟିମର ଡିଫେନ୍ସ ଭଲ ପ୍ରଦର୍ଶନ କରିଥିଲେ । ଶେଷ କ୍ବାର୍ଟରରେ ପୁଣି ଭାରତୀୟ କ୍ୟାପ୍‌ଟେନ ହରମନପ୍ରୀତଙ୍କ ଜଲୱା ଦେଖିବାକୁ ମିଳିଥିଲା । ପୁଣି ପେନାଲ୍‌ଟିରେ ଆଉ ଗୋଟେ ଗୋଲ କରି ଭାରତୀୟ ଦଳ ୫ ଗୋଲ କରିବାରେ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ମଧ୍ୟ ଭଲ ଗୋଲ ସ୍କୋର କରି ୪ ଗୋଲରେ ପହଞ୍ଚିଥିଲା । କିନ୍ତୁ ଭାରତୀୟ ହକି ଦଳ ୫-୪ ଗୋଲରେ ବିଜୟୀ ହୋଇଥିଲା ।