ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଲିରୁ ଫେରୁଥିବା ବେଳେ ବସକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା । ମୋହନିଆ ଟନେଲର ବରଖାଦା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଥିଲା ।
ଶୁକ୍ରବାର ବିଳମ୍ବିତ ରାତିରେ ଅମିତ ଶାହଙ୍କ ରାଲିରେ ଯୋଗଦେଇ ଲୋକେ ବସ ଯୋଗେ ଫେରୁଥିବା ବେଳେ ମଧ୍ୟପ୍ରଦେଶ ସିଦ୍ଧି ଜିଲ୍ଲାର ବରଖାଦା ଗ୍ରାମ ନିକଟରେ ଦୁଇଟି ବସକୁ ଧକ୍କା ଦେଇଥିଲା ଟ୍ରକ । ଦୁର୍ଘଟଣା ଏତେ ଭୟଙ୍କର ରହିଥିବା ଦୁଇଟି ବସ ମଧ୍ୟରୁ ଗୋଟିଏ ବସ ଓଲଟି ଯାଇଥିଲା । ଫଳରେ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ଜଣାପଡିଛି । ଖବରପାଇ ସ୍ଥାନୀୟ ପୁଲିସ ଏବଂ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଟ୍ରକର ଟାୟାର ଫାଟିଯିବା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା କୁହାଯାଇଛି ।