ଭୁବନେଶ୍ବର,ଏନ୍ଏନ୍ଏସ୍: କଳିଙ୍ଗ ସାହିତ୍ୟ ମହୋତ୍ସବ ନବମ ବର୍ଷରେ ପଦାର୍ପଣ କରିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରପୂର୍ଣ ଭାବେ ଆୟୋଜିତ ହେବ ଏହି ମହୋତ୍ସବ । ଆସନ୍ତାକାଲି(ଶୁକ୍ରବାର)ଠୁ ଆରମ୍ଭ ହେବ କଳିଙ୍ଗ ସାହିତ୍ୟ ମହୋତ୍ସବ । ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବେ । କଳିଙ୍ଗ ସାହିତ୍ୟ ଉତ୍ସବ ସହିତ କଳାକୃତି ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏଥିରେ ୧୦ଟି ଦେଶରୁ ଓ ୨୫ ଟି ରାଜ୍ୟରୁ ୫ ଶହରୁ ଅଧିକ ସାହିତ୍ୟିକ, ଲେଖକ, ପ୍ରକାଶକ ବକ୍ତା, ବିଚାରକ, ସଙ୍ଗୀତଜ୍ଞ ଓ ଗାଳ୍ପିକଙ୍କ ସମେତ ପାଠକମାନେ ଯୋଗ ଦେବେ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଳିଙ୍ଗ ସାହିତ୍ୟ ମହୋତ୍ସବ ନିର୍ଦ୍ଦେଶକ ।
ଦେଶ ବିଦେଶର ୬୦ରୁ ଅଧିକ କଳାକାରଙ୍କ କଳାକୃତିକୁ ଏଠାରେ ସ୍ଥାନିତ କରାଯିବ । ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାରପ୍ରାପ୍ତ ଗୀତାଞ୍ଜଳି ଶ୍ରୀ, କଳିଙ୍ଗ ସାହିତ୍ୟ ପୁରସ୍କାର ପାଇଥିବା ଡ.ରମେଶ ପ୍ରସାଦ ପାଣିଗ୍ରାହୀ, କେଏଲଏଫ-ପବ୍ଲିସିଂ ହାଉସ ଅଫ ଦ ଇୟର ପୁରସ୍କାର- ପେଙ୍ଗୁଇନ ର୍ୟାଣ୍ଡମ ହାଉସ ,କେଏଲଏଫ- ପବ୍ଲିସିଂ ହାଉସ ଅଫ ଦ ଇୟର ପୁରସ୍କାର-ରାଜକମଲ ପ୍ରକାଶନ ହେବ । ଭୁବନେଶ୍ୱରର ଏକ ହୋଟେଲରେ କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦଘାଟନ ହେବା । ସାହିତ୍ୟର ବିବିଧ ରୂପ ତଥା ଜୀବିତ ଅନୁଭୂତି, ରାଜନୀତି, କଳା, ଚଳଚ୍ଚିତ୍ର, ବ୍ୟବସାୟ, ଗଣମାଧ୍ୟମ ଓ କ୍ରୀଡା ପରି ବିଷୟବସ୍ତୁ ଗୁଡ଼ିକୁ ନେଇ ନବମ କଳିଙ୍ଗ ସାହିତ୍ୟ ମହୋତ୍ସବ ବିଶ୍ବ ତଥା ଜାତୀୟ ସ୍ତରରେ ଆଲୋଚନା ନିମନ୍ତେ ଏକ ମଞ୍ଚ ପ୍ରସ୍ତୁତ କରିବ । ଏଥରର ବିଷୟବସ୍ତୁ ‘ଭାରତ ଓ ବିଶ୍ୱ’ ରହିଛି ।
ନବମ ବର୍ଷ ପରିପ୍ରେକ୍ଷୀରେ ଏହି ମହୋତ୍ସବ ଜୀବନର ପ୍ରତିଟି କ୍ଷେତ୍ରରୁ ଲେଖକ, ବକ୍ତା, ବିଚାରକ, ଏବଂ ହିତାକାଂକ୍ଷୀ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ପ୍ରାଣକେନ୍ଦ୍ର ଉପସ୍ଥାପନ କରିବ । ୨୫ ରାଷ୍ଟ୍ର ଏବଂ ୨୫ରୁ ଊର୍ଦ୍ଧ୍ବ ଭାଷାକୁ ପ୍ରତିନିଧିତ୍ୱ କରିବ ବୋଲି କେଏଲଏଫର ପ୍ରତିଷ୍ଠାତା ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡ଼ା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ମହୋତ୍ସବରେ ୫୦୦ରୁ ଅଧିକ ବକ୍ତା ବିଭିନ୍ନ ଜାତୀୟ ସ୍ତରର ବ୍ୟକ୍ତିବିଶେଷ, ନୋବେଲ, ବୁକର, ଅନ୍ତର୍ଜାତୀୟ ବୁକର, ସାହିତ୍ୟ ଏକାଡେମୀ ଆଦି ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଅଂଶଗ୍ରହଣ କରିବେ ।