ନୂଆଦିଲ୍ଲୀ: ମହାମାରୀ କରୋନା ଗତ ୨ ବର୍ଷ ଧରି ସମଗ୍ର ବିଶ୍ୱବାସୀଙ୍କୁ ଆତଙ୍କିତ କରିଛି । ବର୍ତ୍ତମାନ ସୁଦ୍ଧା କିଛି ଦେଶରେ ଏହାର ପ୍ରକୋପ ଥମି ନଥିବାବେଳେ ଡବ୍ଲ୍ୟୁଏଚଓ ବାର୍ଡଫ୍ଲୁକୁ ନେଇ ଚେତାବନୀ ଦେଇଛି । ବର୍ତ୍ତମାନ ସମୟରେ ବାର୍ଡଫ୍ଲୁ ପକ୍ଷୀଙ୍କ ବ୍ୟତୀତ ସ୍ତନଧାରୀ ଜୀବଙ୍କୁ ବ୍ୟାପୁଥିବାରୁ ଡବ୍ଲ୍ୟୁଏଚଓ ଚିନ୍ତା ପ୍ରକାଶ କରିଛି । ଡବ୍ଲ୍ୟୁଏଚଓ କହିବାନୁସାରେ, ସ୍ତନଧାରୀ ପ୍ରାଣୀଙ୍କୁ ବାର୍ଡଫ୍ଲୁ ବ୍ୟାପୁଥିବାରୁ ମଣିଷଙ୍କ ମଧ୍ୟରେ ବି ସଂକ୍ରମଣର ବିପଦ ବଢ଼ିଯାଇଛି । କାରଣ ମଣିଷ ମଧ୍ୟ ସ୍ତନଧାରୀ ଜୀବର ହିଁ ପ୍ରକାର । ସେଥିପାଇଁ ଭୟଭୀତ ନ ହୋଇ ସତର୍କ ରୁହନ୍ତୁ ।
ଡବ୍ଲ୍ୟୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ, ମଣିଷ ପାଇଁ ଅଧିକ ବିପଦ ନଥିଲେ ମଧ୍ୟ ସ୍ଥିତି ଏମିତି ରହିବ ବୋଲି ଆମେ କହିପାରିବୁ ନାହିଁ । ସେଥିପାଇଁ ଏଭଳି ସ୍ଥିତିରେ ଯେକୌଣସି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରହିବା ଉଚିତ ।