ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସ୍ୱର୍ଗତଃ ନବ ଦାସଙ୍କ ମୃତ୍ୟୁକୁ ଆଜି ୧୦ ଦିନ ପୂରିଛି । ଏହି ପରିପ୍ରେକ୍ଷୀରେ ତଦନ୍ତ ଅଗ୍ରଗତିର ସମୀକ୍ଷା କରିବା ପାଇଁ ପୁଲିସ ଡିଜିପି ସୁନୀଲ ବଂଶଲ ଝାରସୁଗୁଡ଼ା ଯିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ନବ ଦାସ ହତ୍ୟାକାଣ୍ଡର ଆଜିର ସିନ ରିକ୍ରିଏସନ କରାଯିବ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାବେଳେ କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତ ଗୋପାଳକୁ ନେଇ ଘଟଣାସ୍ଥଳରେ ପହଞ୍ଚିବ । ଏଥିରେ ଡ୍ରୋନର ମଧ୍ୟ ବ୍ୟବହାର କରାଯିବ ।