ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତି ଗୌତମ ଅଦାନୀଙ୍କ ସମ୍ପତ୍ତି ଖୁବ୍ ଦ୍ରୁତ ଗତିରେ କମିଥିବା ନେଇ ସୂଚନା ମିଳିଛି । ଗତ କିଛିଦିନ ହେବ ଲଗାତାର ଭାବେ ତାଙ୍କ ସେୟାର ଖସିବାକୁ ଲାଗିଥିଲା । ସେଥିପାଇଁ ହଜାରେ କୋଟି ଟଙ୍କା ବଜାରରେ ଡୁବି ଯାଇଛି । ଫଳରେ ଅଦାନୀ ଏବେ ଦୁନିଆର ଶ୍ରେଷ୍ଠ ୧୦ ତାଲିକାରୁ ବାଦ୍ ପଡ଼ିଛନ୍ତି । ବ୍ଲୁମବର୍ଗ ବିଲିୟନର୍ସ ଇଣ୍ଡେକ୍ସ ମୁତାବକ ଅଦାନୀ ଗ୍ରୁପର ମୋଟ ସମ୍ପତ୍ତି ୮୪.୪ ଅରବ ଡଲାର କମିଛି । ଏଥିସହିତ ଅଦାନୀ ଏବେ ବିଶ୍ୱର ଧନୀ ତାଲିକାର ୧୧ତମ ସ୍ଥାନରେ ରହିଛନ୍ତି ।
ଅନ୍ୟପଟେ ଭାରତର ଦ୍ୱିତୀୟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୮୨.୨ ବିଲିୟନ ଡଲାର ରହିଛି । ଫଳରେ ସେ ବିଶ୍ୱର ଧନୀ ତାଲିକାରେ ୧୨ତମ ସ୍ଥାନ ପାଇଛନ୍ତି ।