ଫ୍ଲୋରିଡା,ଏଜେନ୍ସି: ଆମେରିକାର ଫ୍ଲୋରିଡା ସହରରେ ଆତତାୟୀ ଗୁଳିମାଡ କରିଛନ୍ତି । ଏହି ଘଟଣାରେ ୧୦ ଜଣ ଲୋକ ଆହତ ହୋଇଛନ୍ତି । ଲେକଲ୍ୟାଣ୍ଡ ପୋଲିସ ସୂଚନା ଅନୁସାରେ ଆହତ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।ପୋଲିସ ବିଭାଗ ପ୍ରମୁଖ ସାମ ଟେଲର କହିଛନ୍ତି ଗୋଟିଏ ଗାଡିଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଗାଡିର ଗତି ଧିମା ହୋଇଗଲା । ଗାଡିରେ ଥିବା ଆତତାୟୀ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା । ଏହାପରେ ଆତତାୟୀ ଜଣଙ୍କ ଫେରାର ହୋଇଯାଇଛି । ପୋଲିସ ସେହି ଗାଡିରୁ ଖୋଜିବାକୁ ପ୍ରୟାସ ଆରମ୍ଭ କରି ଦେଇଛି । ସ୍ଥାନୀୟ ସମୟ ଅନୁସାରେ ୩ଟା ୪୩ରେ ଲୋୱା ଉତ୍ତର ଏବଂ ପ୍ଲୁମ ଷ୍ଟ୍ରିଟରେ ଏହି ଗୁଳିକାଣ୍ଡ ଘଟିଛି । ସମସ୍ତ ପୀଡିତ ୨୦ରୁ ୩୫ ବର୍ଷୀୟ ପୁରୁଷ ହୋଇଥିବା ଜଣାପଡିଛି ।
ମିଡିଆ ରିପୋର୍ଟ ଅନୁସାରେ ଏହି ଗୁଲିକାଣ୍ଡରେ ୨୦ରୁ ୩୫ ବର୍ଷୀୟ ପୁରୁଷ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ପୋଲିସ ହାତରେ କିଛି ନିଶାଦ୍ରବ୍ୟ ଲାଗିଛି । ଯାହା ଇଙ୍ଗିତ କରୁଛି ଏଠାରେ ନିଶାଦ୍ରବ୍ୟ କାରବାର ଚାଲିଥିଲା । ପୋଲିସ ଅଧିକାରୀ କହିଛନ୍ତି ୩୪ ବର୍ଷ କ୍ୟାରିଅରରେ ଏହିପରି ଘଟଣା କେବେ ଦେଖିନାହିଁ ଯେଉଁଠି ଏକାସଙ୍ଗରେ ଏତେ ଲୋକଙ୍କ ଉପରେ ଗୁଳିମାଡ ହୋଇଛି । ଲେକଲାଣ୍ଡରେ ଏହିପରି ଗୁଳିକାଣ୍ଡ କେବେ ହୋଇନାହିଁ ।