ଆଶିଷ ମିଶ୍ରାଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲଖୀମପୁର ଖୀରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଆଶିଷଙ୍କୁ ୮ ସପ୍ତାହ ପାଇଁ ଜାମିନ ଦିଆଯାଇଛି କିନ୍ତୁ ସେ ନିୟମ ଉଲ୍ଲଂଘନ କଲେ ଜାମିନ ରଦ୍ଦ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଶିଷଙ୍କୁ ସପ୍ତାହକ ମଧ୍ୟରେ ଉତ୍ତରପ୍ରଦେଶ ଛାଡ଼ିବାକୁ ପଡ଼ିବ । ସେ ଏବେ ଦିଲ୍ଲୀରେ ମଧ୍ୟ ରହିପାରିବେ ନାହିଁ । ଉକ୍ତ ମାମଲାରେ ପୁଣିଥରେ ମାର୍ଚ୍ଚ ୧୪ରେ ଶୁଣାଣୀ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେଦିନ ଆଜି ଦିଆଯାଇଥିବା ଆଦେଶ ଉପରେ ସମୀକ୍ଷା କରାଯିବ ।