ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାଙ୍କ ଧାରଣା ପରେ ସରକାର କୁସ୍ତି ମହାସଂଘର କାର୍ଯ୍ୟନିର୍ବାହ ପାଇଁ କମିଟି ଗଠନ କରିଛନ୍ତି । ଏହି କମିଟିର ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି । ଅଲମ୍ପିଆନ ତଥା ପୂର୍ବ ୱାର୍ଲ୍ଡ ଚାମ୍ପିୟାନ ବକ୍ସର ମେରି କମଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଏହି କମିଟିରେ ଅଲମ୍ପିଆନ କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ, ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ତୃପ୍ତି ମୁରୁଗନ୍ଦେ, କ୍ୟାପ୍ଟେନ ରାଜଗୋପାଳନ ଓ ରାଧା ଶ୍ରୀମନ ମଧ୍ୟ ସାମିଲ ରହିଛନ୍ତି ।
ସୂଚନାଯୋଗ୍ୟ, କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଶୋଷଣ ଓ ଦୁର୍ନୀତି ଆରୋପ ଲାଗିବା ପରେ ଖେଳ ମନ୍ତ୍ରଣାଳୟ ତାଙ୍କୁ ଦାୟିତ୍ୱରୁ ହଟାଇ ଦେଇଛି ।