ପୁଁଛରେ ହିନ୍ଦୁ ଘର ଉପରେ ପଥରମାଡ଼

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପୁଁଛ ଗାଁରେ ହିନ୍ଦୁଙ୍କ ଘର ଉପରେ କିଛି ଦୁର୍ବୃତ୍ତ ପଥରମାଡ଼ କରିଛନ୍ତି । ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଉକ୍ତ ଘଟଣାର ଶିକାର ହୋଇଥିବା ଲୋକ ପୁଲିସକୁ ସୁରକ୍ଷା ଦାବୀ କରିଛନ୍ତି । ରାଜୋରୀ ଭଳି ସ୍ଥିତି ଯେପରି ପୁଁଛରେ ପୁନରାବୃତ୍ତି ନହୁଏ ସେନେଇ ଲୋକେ ଭୟଭୀତ ଅଛନ୍ତି ।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ରାଜୋରୀ ଜିଲ୍ଲାରେ ଗତ କିଛିଦିନ ତଳେ ଆତଙ୍କବାଦୀମାନେ ହିନ୍ଦୁ ଘର ଉପରକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ । ଉକ୍ତ ଘଟଣାରେ ମୋଟ ୭ଜଣଙ୍କର ମୃତ୍ୟୁ ଘଟିଛି । ଆକ୍ରମଣ ପରେ ସୁରକ୍ଷାବଳ ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି।